Sun. Mar 8th, 2026

୨୦୨୦ରୁ ରାଜେନ୍ଦ୍ର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପାଠପଢ଼ା

189 Views

ଭୁବନେଶ୍ୱର : ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ୨୦୨୦ ଜୁନ୍‌ ୧ରୁ ପାଠପଢ଼ା ହେବ। ସେଦିନଠାରୁ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି।‌

ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ-୧୯୮୯ ଅନୁଯାୟୀ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ସମସ୍ତ ଡିଗ୍ରି କଲେଜ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ସେହିପରି କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଥିବା ଡିଗ୍ରି କଲେଜଗୁଡ଼ିକ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବ। ୨୦୨୦ ଜୁନ୍‌ ୧ରୁ ଉକ୍ତ ଜିଲ୍ଲାଗୁଡ଼ିକରେ ଥିବା ଡିଗ୍ରି କଲେଜଗୁଡ଼ିକ ଆଉ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ରହିବେ ନାହିଁ। ସେମାନେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ବିଚ୍ଛିନ୍ନ ହୋଇଯିବେ। ତେବେ ଉକ୍ତ ଦୁଇ ବିଶ୍ବବିଦ୍ୟାଳୟ ନୂତନ ଭାବେ ପ୍ରତିଷ୍ଠା ହେବ ନାହିଁ। ଏବେ ଅଧିକ ଭିତ୍ତିଭୂମି ବି ବିକାଶ ହେବନି। ବରଂ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଢାଞ୍ଚାରେ ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟକୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଉନ୍ନୀତ କରାଯିବ। ଦୀର୍ଘ ଦିନର ଉକ୍ତ ଦୁଇ ସ୍ବୟଂଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ଭିତରେ ବିଲିନ ହୋଇଯିବ। ବିଶ୍ବବିଦ୍ୟାଳୟ ଉଭୟ ଡିଗ୍ରି ଓ ପିଜି ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ।

By amfnews

Related Post