Sun. Mar 8th, 2026

୨୦୧୯ ନିର୍ବାଚନ ପାଇଁ ଭୋଟର ତାଲିକା ଘୋଷଣା। ବୁଥ ସଂଖ୍ୟା ବୃଦ୍ଧି ପାଇ ୫୪୦ ହୋଇଛି

268 Views

ମାଲକାନଗିରି ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ୨୦୧୯ ନିର୍ବାଚନ ପାଇଁ ଚୁଡାନ୍ତ ଭୋଟର ତାଲିକା ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ମଧ୍ୟ କରିଛନ୍ତି।
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୦ ହଜାର ୫୪୩ ଜଣ ପୁରୁଷ ଓ ୧ ଲକ୍ଷ ୧୧ ହଜାର ୨୧୮ ଜଣ ମହିଳା ଭୋଟର ରହିଛନ୍ତି।ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୮୭ ହଜାର ୪୩ ପୁରୁଷ ଓ ମହିଳା ୯୩ ହଜାର ୩୨୩ ଜଣ ଭୋଟର ରହିଥିବା ବେଳେ ଜିଲ୍ଲାର ମୋଟ ଭୋଟର ସଂଖ୍ୟା ୪ ଲକ୍ଷ ୨ ହଜାର ୧୪୦ ଜଣ ରହିଛି।
ନୂତନ ଭୋଟର ତାଲିକାରେ କୌଣସି ତୃଟି କିମ୍ବା କାହାରି ଅଭିଯୋଗ ଥିଲେ ୩୧ ଅକ୍ଟୋବର ସୁଦ୍ଧା ଆବେଦନ କରି ପାରିବେ ବୋଲି କୁହାଯାଇଛି।ସମସ୍ତ ଆବେଦନ ଓ ଅଭିଯୋଗ ଶୁଣାଣି ପରେ ଆଗାମୀ ୪  ଜାନୁଆରୀ ୨୦୧୯ ତାରିଖରେ ଚୁଡାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି କୁହାଯାଇଛି।
ଏହା ସହିତ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୮୯ ଟି ବୁଥ ଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ଅଧିକ ୧୦ ଟି ବୁଥ ଯୋଡାଯିବ।ତେବେ ଗ୍ରାମାଞ୍ଚଳରେ ଥିବା ୨ ଟି ବୁଥକୁ ଉଛେଦ କରି ଅନ୍ୟତ୍ର ସଂଯୋଗ କରାଯାଇଛି।ଯାହା ଆଗାମୀ ନିର୍ବାଚନରେ ୨୯୭ ଟି ବୁଥରେ ଭୋଟ ଗ୍ରହଣ କରାଯିବ।ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୩୬ ଟି ବୁଥ ଥିବା ବେଳେ ଆଉ ଅଧିକ ୮ ଟି ବୁଥ ବୃଦ୍ଧି କରାଯାଇଛି।ତେବେ ପୂର୍ବରୁ ଗୋଟିଏ ବୁଥର ଭୋଟରଙ୍କୁ ଅନ୍ୟ ଏକ ବୁଥରେ ମିଶାଇ ଦିଆଯାଇଛି।ଯାହା ଫଳରେ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨୪୩ ଟି ବୁଥରେ ଭୋଟ ଗ୍ରହଣ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ ସହକାରୀ ଜିଲ୍ଲାପାଳ ରାମକୃଷ୍ଣ ନାୟକ, ହୃଷିକେଶ ଗଣ୍ଡ,ଜୟଦେବ ଦାଶ,ଉତ୍ତମ ନାୟକ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

By amfnews

Related Post