107 Views
ନୂଆଦିଲ୍ଲୀ, ଅକ୍ଟୋବର ୯: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ୨୦୧୮ ପାଇଁ ଭାରତର ବିକାଶ ଦରର ଅନୁମାନକୁ ୭.୩ ପ୍ରତିଶତରେ ସ୍ଥିର ରଖିଛି । କିନ୍ତୁ ୨୦୧୯ପାଇଁ ଏହି ଅନୁମାନକୁ ୦.୧ ପ୍ରତିଶତ ହ୍ରାସ କରିଛି । ଆଇଏମଏଫ ୨୦୧୯ ପାଇଁ ବିକାଶ ଦରକୁ ୭.୪ କରିଦେଇଛି ।
ଅନ୍ୟପକ୍ଷେ ଆଇଏମଏଫ ଭାରତ ତୁଳନାରେ ଚୀନ ବିକାଶର ଅନୁମାନ ହାରରେ ହ୍ରାସ କରିଛି । ୨୦୧୯ ପାଇଁ ବିକାଶ ହାର ୬.୪ରୁ ୬.୨କୁ ହ୍ରାସ କରିଛି । ଆଇଏମଏଫର କହିବାନୁସାରେ ଚୀନ ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ପାଇଁ ଏହି ପ୍ରଭାବ ପଡିଛି । ଫଳରେ ଏହାର ଗତି ଧିମେଇ ଯାଇଛି । କିନ୍ତୁ ୨୦୧୮ ପାଇଁ ଚୀନର ବିକାଶ ଦରକୁ ୬.୬ ପ୍ରତିଶତରେ ସ୍ଥିର ରଖିଛି ଆଇଏମଏଫ ।
ଅନ୍ତର୍ଜାତୀୟ ବିଶ୍ୱ ଆର୍ଥିକ ଆଉଟଲୁକ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହା ପୂର୍ବରୁ ଆଇଏମଏଫ ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ଆର୍ଥିକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟରେ ଭାରତର ବିକାଶ ଦର ୭.୩ ପ୍ରତିଶତ ଏବଂ ୨୦୧୯ରେ ୭.୫ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଥିଲା ।
୨୦୧୯ରେ ବିକାଶ ଦର କମିବାର କାରଣ
ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ବିଶ୍ୱସାରା ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି । ଫଳରେ ୨୦୧୯ ପାଇଁ ବିକାଶ ଦର କମ୍ କରାଯାଇଛି ।