Sat. Mar 7th, 2026

୨୦୦୮ ଆସାମ ସିରିଏଲ୍‌ ବିସ୍ଫୋରଣ ଘଟନା: ବୋଡୋ ସଂଗଠନ ମୁଖ୍ୟ ଏବଂ ଅନ୍ୟ ୯ ଜଣଙ୍କୁ ଯାବଜ୍ଜୀବନ କରାଦଣ୍ଡ

214 Views

ଗୌହାଟି, ଜାନୁଆରୀ ୩୦ : ୮୧ ଜଣ ଲୋକ ମୃତ୍ୟୁ ବରଣ କରିଥିବା ୨୦୦୮ ଆସାମ ସିରିଏଲ୍‌ ବିସ୍ଫୋରଣ ଘଟନାରେ ଗୌହାଟି ସ୍ପେସାଲ୍‌ ସିବିଆଇ କୋର୍ଟ ‘ନେସ୍‌ନାଲ୍‌ ଡେମୋକ୍ରେଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲାଣ୍ଡ୍‌’ର (ଏନ୍‌ଡିଏଫ୍‌ବି) ସଂସ୍ଥାପକ ଏବଂ ମୁଖ୍ୟ ରଞ୍ଜନ ଦୈମାରି ଏବଂ ଅନ୍ୟ ୯ ଜଣଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଦେଇଛନ୍ତି।

ସୋମବାର ଦିନ ସ୍ପେସାଲ୍‌ ସିବିଆଇ କୋର୍ଟ ଦୈମାରି ଏବଂ ଅନ୍ୟ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବିସ୍ଫୋରଣ ଘଟିବାର ୧୦ ବର୍ଷରୁ ଅଧିକ ସମୟ ପରେ ଅଦାଲତଙ୍କ ରାୟ ପ୍ରକାଶ ପାଇଛି। ଗୌହାଟିର ବଜାର ଏବଂ ଆଖପାଖ ଅଞ୍ଚଳରେ ୧୧ଟି ବୋମା ଫୁଟିବାରୁ ୮୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୪୭୦ ଜଣ ଲୋକ ଆହତ ହୋଇଥିଲେ।

ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମୃଦୁଳ ଗୋୟାରି ଦୋଷମୁକ୍ତ ହୋଇଛନ୍ତି। ଏହି ରାୟ ବିରୋଧରେ ଉଚ୍ଚତର ନ୍ୟାୟାଳୟରେ ଆବେଦନ କରିବେ ବୋଲି ଦୈମାରି କହିଛନ୍ତି।

ଏହି ମାମଲାରେ ସମୁଦାୟ ୨୨ ଜଣ ଅଭିଯୁକ୍ତ ଥିଲେ ଏବଂ ୧୫ ଜଣ ବିଚାରର ସମ୍ମୁଖୀନ ହୋଇଛନ୍ତି। ଫେରାର ଅନ୍ୟ ୭ ଜଣଙ୍କ ମଧ୍ୟରୁ ୨ ଜଣ ମରି ଯାଇଥିବା କଥା କୁହାଯାଉଛି।

By amfnews

Related Post