Sun. Mar 8th, 2026

୨୦୦୨ ଗୁଜରାଟ ଦଙ୍ଗା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଲିନ୍‌ ଚିଟ୍‌ ଦେଲେ ନାନାବତି-ମେହେଟା କମିସନ୍‌

172 Views

ଗାନ୍ଧୀନଗର: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ବୁଧବାର ଦିନ ନାନାବତି-ମେହେଟା କମିସନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି।

ବୁଧବାର ଦିନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପସିଂହ ଜାଡ଼େଜା ଗୁଜରାଟ ବିଧାନସଭାରେ ଜଷ୍ଟିସ୍‌ ନାନାବତି-ମେହେଟା କମିସନ୍‌ଙ୍କ ୨୦୦୨ ଗୁଜରାଟ ଦଙ୍ଗା ସଂକ୍ରାନ୍ତ ଚୂଡ଼ାନ୍ତ ରିପୋର୍ଟ ଆଗତ କରିଥିଲେ।

୨୦୧୪ରେ ଅବସରପ୍ରାପ୍ତ ବିଚାରପତି ଜି ଟି ନାନାବତି ଏବଂ ଅକ୍ଷୟ ମେହେଟା ୨୦୦୨ ଗୁଜରାଟ ଦଙ୍ଗା ବିଷୟରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ୍‌ଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ।

ଦଙ୍ଗା ସଂକ୍ରାନ୍ତରେ ତଦନ୍ତ କରିବାକୁ ୨୦୦୨ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କମିସନ୍‌ଙ୍କୁ ନିଯୁକ୍ତ କରିଥିଲେ।

୨୦୦୮ ମସିହାରେ ନାନାବତି-ମେହେଟା କମିସନ୍‌ ଏହି ରିପୋର୍ଟର ପ୍ରଥମ ଭାଗ ଦାଖଲ କରିଥିଲେ।

ପ୍ରଥମ ଭାଗରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ପ୍ରସଙ୍ଗ ଥିଲା। ଗୋଧ୍ରା ରେଳବାଇ ଷ୍ଟେସନ୍‌ ନିକଟରେ ସାବରମତୀ ଏକ୍ସପ୍ରେସ୍‌ର ଏସ୍‌-୬ ବଗି ପୋଡ଼ା ଯୋଜନାବଦ୍ଧ ଷଡ଼ଯନ୍ତ୍ର ନୁହେଁ ବୋଲି ଏଥିରେ ଦର୍ଶାଯାଇଥିଲା।

ପ୍ରଥମ ଭାଗରେ ମଧ୍ୟ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିଲା।

By amfnews

Related Post