Sat. Nov 23rd, 2024

୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟାଏଲ ପାଇଁ ଭାରତ ବାୟୋଟେକକୁ ଡିସିଜିଆଇ ପକ୍ଷରୁ ଅନୁମତି

By amfnews May 13, 2021 #Featured
228 Views

ନୂଆଦିଲ୍ଲୀ, ମେ ୧୩ :

 ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କୋଭାକ୍ସିନ ଟିକା ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । 

ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଲ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି ଜଣାଯାଇଛି ।

ପ୍ରକାଶ ଯେ, ସମ୍ପ୍ରତି ୧୮ରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଯାଇଛି ।

ତେବେ କରୋନା ଶିଶୁଙ୍କୁ ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କର ଟିକାକରଣ ନିମେନ୍ତ ଯୋଜନା କରାଯାଉଛି । ୨ରୁ ୧୮ ବର୍ଷର ଲୋକଙ୍କ ପାଇଁ ଏଯାବତ ଟିକା ବାହାରି ପାରିନାହିଁ । ଏହାକୁ ଆଖିଆଗରେ ରଖି ଭାରତ ବାୟୋଟେକ ପରୀକ୍ଷଣ ପାଇଁ ଘୋଷଣା କରିଛି ।

ଭାରତ ବାୟୋଟେକର କୋଭାକ୍ସିନ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି । ଏପରିକି ସିରମ ଇନଷ୍ଟିଚ୍ୟୁଟର ଟିକା କୋଭିସିଲଡ଼ ଠାରୁ ବି ଏହାର ଦାମ ବହୁ ଅଧିକା ରହିଛି । ୨ରୁ ୧୮ ବର୍ଷର ପିଲାଙ୍କ ଠାରେ କୋଭାକ୍ସିନର ପ୍ରୟୋଗ ନେଇ ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି । ଏହା ଆଧାରରେ ଫେଜ ୨ ଓ ଫେଜ ୩ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଘୋଷଣା କରିଛି ।

By amfnews

Related Post