116 Views
ମୁମ୍ବାଇ , ଅକ୍ଟୋବର ୨୫: ବେଆଇନ୍ ଭାବେ ୧ କୋଟି ୭୦ ଲକ୍ଷ ଟଙ୍କାର ସାପ ବିଷ ଚୋରା ଚାଲାଣ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରର ରାଇଗାଦ୍ ପୁଲିସ ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ୍ ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି।
ସୂଚନା ଆଧାରରେ ପୁଲିସ ୪୬ ବର୍ଷିୟ ରାଜାରାମ୍ ଜୈସ୍ଓ୍ଵାର୍ ଓ ୩୭ ବର୍ଷିୟ ଉଦୟନାଥ ଜୈସ୍ଓ୍ଵାର୍ଙ୍କୁ ରାଇଗାଦ୍ର ମାଣ୍ଡଓ୍ଵା ଜେଟ୍ଟି ଠାରେ ଗିରଫ କରାଯାଇଛି। ଗୋଟିଏ ପାଣି ବୋତଲରେ ରଖାଯାଇଥିବା ସାପ ବିଷ ମଧ୍ୟ ତାଙ୍କ ଠାରୁ ଜବତ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।