Fri. Mar 6th, 2026

୧୯୭୧ ଯୁଦ୍ଧ ବିଜୟର ୫୦ତମ ବାର୍ଷିକୀ ପାଳନ ନିମନ୍ତେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ଜ୍ୱଳନ କଲେ ପ୍ରଧାମନ୍ତ୍ରୀ ମୋଦୀ

319 Views

ନୂଆଦିଲ୍ଲୀ: ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହେବାର ୫୦ତମ ବାର୍ଷିକୀ ପାଳନ ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀସ୍ଥିତ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ‘ସ୍ୱର୍ଣ୍ଣିମ ବିଜୟ ମଶାଲ’ ପ୍ରଜ୍ଜ୍ୱଳନ କରିଛନ୍ତି।

ଡିସେମ୍ବର ୧୬ ତାରିଖକୁ ଭାରତ ‘ବିଜୟ ଦିବସ’ ଭାବେ ପାଳନ କରିଥାଏ। ଏହି ଯୁଦ୍ଧରେ ଭାରତ ପାକିସ୍ତାନ ଉପରେ ବିଜୟ ହାସଲ କରିବା ସହ ବାଂଲାଦେଶ ସୃଷ୍ଟି କରାଇଥିଲା।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ୫୦ତମ ବାର୍ଷିକୀ ଉପଲକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ର ଏକ ‘ଲୋଗୋ’ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ, ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାଓ୍ଵତ ଏବଂ ତିନି ବାହିନୀର ମୁଖ୍ୟମାନେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପୁଷ୍ପମାଳା ଅର୍ପଣ କରିଥିଲେ।

Image Courtesy of NewsroomPost

‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ଜଳୁଥିବା ଅଗ୍ନିଶିଖାରୁ ପ୍ରଜ୍ଜ୍ୱଳନ କରାଯାଇଥିବା ୪ଟି ବିଜୟ ମଶାଲକୁ ୧୯୭୧ ଯୁଦ୍ଧ ଲାଗି ପରମବୀର ଚକ୍ର ଏବଂ ମହାବୀର ଚକ୍ର ପ୍ରାପ୍ତ ଯବାନମାନଙ୍କ ଗ୍ରାମ ସମେତ ଦେଶର ବିଭିନ୍ନ ଅଞ୍ଚଳକୁ ନିଆଯିବ।

ବିଜୟ ଦିବସ ଅବସରରେ ରାଜନାଥ ସିଂହ ଟୁଇଟ୍‌ କରି ଭାରତୀୟ ସେନାକୁ ତା’ର ଶୌର୍ଯ୍ୟ ଏବଂ ଆତ୍ମ ଉତ୍ସର୍ଗ ନିମନ୍ତେ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ଭାରତର ୧୯୭୧ ବିଜୟ ସାହସିକତାର ଏକ ନୂତନ ଇତିହାସ ସୃଷ୍ଟି କରିଛି।

By amfnews

Related Post