Thu. Apr 17th, 2025

୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ସ୍ମାରକୀ ତୋଳିବ ବାଂଲାଦେଶ

By amfnews Dec 17, 2018 #Featured
360 Views

ବାଂଲାଦେଶକୁ ସ୍ୱାଧୀନ କରିବାକୁ ଯେଉଁ ସୈନ୍ୟମାନେ ଆତ୍ମବଳି ଦେଇଥିଲେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ରାଜଧାନୀ ସହର ଢାକା ଠାରେ ଗୋଟିଏ ଜାତୀୟ ସହିଦ ସ୍ମାରକୀ ଥିବା ବେଳେ କେବଳ ଭାରତୀୟ ସୈନିକମାନଙ୍କ ପ୍ରତି ଉତ୍ସର୍ଗ କରିବାକୁ ଆଉ ଗୋଟିଏ ସ୍ମାରକୀ ତୋଳା ଚାଲିଛି।

କୋଲ୍‌କାତା ଠାରେ ଥିବା ସେନାର ଇଷ୍ଟର୍ଣ୍ଣ କମାଣ୍ଡ୍‌ ହେଡ୍‌କ୍ୱାର୍ଟର୍ସରେ ୪୭ତମ ବିଜୟ ଦିବସ ପାଳନ ସମୟରେ ବାଂଲା ସ୍ୱାଧୀନତା ସଂଗ୍ରାମ ବ୍ୟାପାର ମନ୍ତ୍ରୀ ଏକେଏମ୍‌ ମୁଜ୍ଜାମେଲ୍‌ ହକ୍‌ କହିଲେ, ଆସନ୍ତା ବର୍ଷ ମେ-ଜୁନ୍‌ ସୁଦ୍ଧା ଆମେ ଚିଟ୍ଟାଗଙ୍ଗ୍‌ର ଭ୍ରମଣବରିଆ ଠାରେ ଭାରତୀୟ ସୈନିକଙ୍କ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛୁ। ଏହି ସ୍ମାରକୀ କେବଳ ଭାରତୀୟ ସୈନିକଙ୍କ ପ୍ରତି ଉତ୍ସର୍ଗ କରାଯିବ। ସ୍ଥାନ ନିରୂପଣ ସରିଛି ଏବଂ ଆଗାମୀ କେତେ ମାସ ମଧ୍ୟରେ ଆମେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆୟୋଜନ କରିବୁ।

ହକ୍‌ ଆହୁରି କହିଛନ୍ତି, ଆସନ୍ତାବର୍ଷ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ ଆମ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଉପସ୍ଥିତ ରହିବେ। ଆମେ ଅତିଥିଙ୍କ ତାଲିକା ପ୍ରସ୍ତୁତ କରି ନ ଥିଲେ ବି, ଉତ୍ସବରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆତିଥ୍ୟ ଦେଇ ଆମେ ଅଧିକ ଖୁସୀ ହେବୁ।

ରବିବାର ଦିନ ବାଂଲାଦେଶ ଡେପୁଟି ହାଇକମିସନ୍‌ ଏବଂ ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ୍‌ ମିଳିତ ଭାବେ ଆୟୋଜନ କରିଥିବା ଉତ୍ସବରେ ବାଂଲାଦେଶ ସରକାର ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ୧୨ ଜଣ ସୈନିକଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରିଥିଲେ। ସହିଦମାନଙ୍କ ମଧ୍ୟରେ ଥିଲେ ଭାରତୀୟ ପଦାତିକ ବାହିନୀର ୭ ସୈନିକ, ନୌସେନାରୁ ଜଣେ, ବାୟୁସେନାରୁ ୨ ଜଣ ଏବଂ ବିଏସ୍‌ଏଫ୍‌ରୁ ଦୁଇ ଜଣ।

By amfnews

Related Post