Sat. Nov 23rd, 2024

୧୮ଟି ପ୍ରସ୍ତାବକୁ ମିଳିଲା ରାଜ୍ୟକ୍ୟାବିନେଟ୍ ମଞ୍ଜୁରୀ

By amfnews Nov 13, 2020 #Featured
150 Views

ଭୁବନେଶ୍ୱର, ନଭେମ୍ବର ୧୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବ ସହ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୦-୨୧ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀମନ୍ଦିର ଓ ପୁରୀ ସହରର ବିକାଶ ଲାଗି ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ ଓ ଶ୍ରୀ ସେତୁ ପାଇଁ ବ୍ୟୟ ବରାଦ କରାଯାଇଛି । ସମସ୍ତ କାର୍ଯ୍ୟ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଧିଗୃହୀତ ଜମି ପ୍ରଭୁ ଜଗନ୍ନାଥଙ୍କ ନାଁରେ ହସ୍ତାନ୍ତର ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଆଇନ ସଂକ୍ରାନ୍ତ ମାମଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୧୫ଟି ପୁରୁଣା ଆଇନ ଉଚ୍ଛେଦ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି। ୧୯୫୦ରୁ ୨୦୧୧ ମଧ୍ୟରେ ଆସିଥିବା ୨୧୫ ଆଇନ ଉଚ୍ଛେଦ ହେବ। କାମରେ ଆସୁନଥିବା ଆଇନ ଉଚ୍ଛେଦ ହେଲେ ଇଜ୍ ଅଫ୍ ଡୁଇଂ ସହଜ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

By amfnews

Related Post