Mon. Mar 9th, 2026

୧୪ ଲକ୍ଷ ଟଙ୍କାର କାର୍‌ କିଣିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କଠାରୁ ମହିଳା ସାଂସଦଙ୍କ ଚାନ୍ଦା ସଂଗ୍ରହ

193 Views

ତିରୁବନନ୍ତପୁରମ୍‌   : କଂଗ୍ରେସ ସାଂସଦ ରାମ୍ୟା ହରିଦାସ ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କଠାରୁ ଚାନ୍ଦା ନେଇ ଏକ ମଲ୍‌ଟି ୟୁଟିଲିଟି ଭେହିକିଲ(Muv) କିଣିବାକୁ ଚାହୁଁଥିଲେ। ତେବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଏକଥା ଜାଣିବା ପରେ ସାଂସଦଙ୍କୁ ଏଥିରୁ ନିବୃତ୍ତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ରାମ୍ୟା ହରିଦାସ କୃଷି ଶ୍ରମିକମାନଙ୍କର ପରିବାରକୁ ଆସି ୧୪ ଲକ୍ଷ ଟଙ୍କାର କାର୍‌ କିଣିବାକୁ ଚାହାଁନ୍ତି ବୋଲି କହିଥିଲେ। ସେ ଏଥିଲାଗି ନିଜର ସଂସଦୀୟ କ୍ଷେତ୍ରରେ ଥିବା ୧୪୦୦ ବୁଥ ଅଞ୍ଚଳରେ ଅର୍ଥ ସଂଗ୍ରହ କରିବାକୁ ଚାହୁଁଛନ୍ତି ବୋଲି ବି କହିଥିଲେ।

ତା’ପରେ ସେ ବିଭିନ୍ନ ପରିବାରରୁ ଚାନ୍ଦା ଆଦାୟ ଆରମ୍ଭ କରିଥିଲେ। ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଅତିକମ୍‌ରେ ୧ ହଜାର ଟଙ୍କାର ଚାନ୍ଦା ଦିଅନ୍ତୁ ବୋଲି ଏହି ଦଳିତ ମହିଳା ସାଂସଦ କହିଥିଲେ। କାର୍ଯ୍ୟକର୍ତ୍ତା ମାନଙ୍କଠାରୁ  ଚାନ୍ଦା ସଂଗ୍ରହ କରି ସାଂସଦଙ୍କ କାର କିଣା ନିଷ୍ପତ୍ତିକୁ ନେଇ କେତେକ ନେତା ବିରୋଧ ମଧ୍ୟ କରିଥିଲେ।

ଏପରିକି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମୁଲ୍ଲାପଲ୍ଲୀ ରାମଚନ୍ଦ୍ରନ୍‌ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ତା’ପରେ ରାମ୍ୟା ସୁରଦାସ ନିଜର ଏହି ଯୋଜନାରୁ ଓହରି ଯାଇଥିବା କୁହାଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ ରାମ୍ୟା ଗତ ନିର୍ବାଚନରେ ୬୭ ଲକ୍ଷ ଟଙ୍କା ସଂଗ୍ରହ କରି ନିର୍ବାଚନ ପ୍ରଚାର କରିଥିଲେ।

 

By amfnews

Related Post