Sat. Mar 7th, 2026

୧୩, ୫୦୦ କୋଟି ଟଙ୍କାର ଆମେରିକୀୟ ହେଲିକପ୍ଟର୍‌ କିଣିବ ଭାରତ

169 Views

ନୂଆଦିଲ୍ଲୀ, ୧୬/୧୧: ୧୩, ୫୦୦ କୋଟି ଟଙ୍କାର ୨୪ଟି ନାଭାଲ୍‌ ମଲ୍‌ଟି-ରୋଲ୍‌ ଏମ୍‌ଏଚ୍‌-୬୦ ‘ରୋମିଓ’ ହେଲିକପ୍ଟର୍‌ ଖରିଦ କରିବାକୁ ଗୁରୁବାର ଦିନ ଏନ୍‌ଡିଏ ସରକାର ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କୁ ‘ଅନୁରୋଧ ପତ୍ର’ ପଠାଇଛନ୍ତି। ଟର୍‌ପେଡୋ ଏବଂ କ୍ଷେପଣାସ୍ତ୍ର ରଖାଯାଇ ପାରୁଥିବା ଏହି ହେଲିକପ୍ଟର୍‌ର ବୁଡ଼ାଜାହାଜ ବିରୋଧରେ ଲଢ଼େଇ କରିବାର କ୍ଷମତା ରହିଛି।

ସିକୋର୍‌ସ୍କି-ଲକ୍‌ହିଡ୍‌ ମାର୍ଟିନ୍‌ ଦ୍ୱାରା ନିର୍ମିତ ଏହି ହେଲିକାପ୍ଟର୍‌ ସବୁ ଭାରତୀୟ ନୌସେନା ପାଇଁ ୨୦୨୦-୨୦୨୪ ସମୟକାଳ ମଧ୍ୟରେ ଅଣାଯିବ। ବର୍ଷେ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସାମରିକ ବିକ୍ରୟ କାର୍ଯ୍ୟକ୍ରମ ଜରିଆରେ ଭାରତ ସରକାର ଏବଂ ଆମେରିକା ସରକାର ଏଥିପାଇଁ ଚୁକ୍ତି କରିବେ।

୨୦୦୭ ଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ପ୍ରାୟ ୧୭ ବିଲିୟନ୍‌ ଡଲାର୍‌ରୁ ମୂଲ୍ୟର ସାମରିକ ସାମଗ୍ରୀ ବିକ୍ରୟ କରି ସାରିଲାଣି। ଏହାର ପରିମାଣ ଗତ ଦଶନ୍ଧିର ୩ ରୁ ୪ ବର୍ଷ ମଧ୍ୟରେ ରୁଷ୍‌ ଠାରୁ ଟପି ଯାଇଛି।

ନୂତନ ବହୁବିଧ ଭୂମିକା ନିର୍ବାହ କରିପାରୁଥିବା ଏହି ହେଲିକାପ୍ଟର୍‌ ଖରିଦ କରିବା ପ୍ରସଙ୍ଗ ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଥିଲା।

By amfnews

Related Post