Sat. Mar 7th, 2026

୧୩ ଦିନ ଅନଶନରେ ବସିବା ପରେ ଗୁରୁତର ହେଲା ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟବସ୍ଥା; ହସ୍ପିଟାଲ୍‌ରେ ଭର୍ତ୍ତି

203 Views

ଅହମ୍ମଦାବାଦ୍‌ : ଗତ ୧୩ ଦିନ ହେବ ଉପାସରେ ରହି ପଟିଦାର ଅନାମତ ଆନ୍ଦୋଳନ ସମିତି (ପିଏଏଏସ୍‌) ନେତା ହାର୍ଦ୍ଦିକ ପଟେଲ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଶୁକ୍ରବାର ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି।

ହାର୍ଦ୍ଦିକ ଅଗଷ୍ଟ ୨୫ ତାରିଖରୁ ଆମରଣ ଅନଶନ(ହଙ୍ଗର୍‌ ଷ୍ଟ୍ରାଇକ୍‌) କରି ଦାନାଟିଏ ବି ପାଟିକୁ ନେଇନଥିଲେ। ସେ ପଟିଦାର ସମୁଦାୟ ପାଇଁ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ଓ ସଂପୃକ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଋଣ ସୁବିଧା ଦାବି କରି ଏହି ଅନଶନ କରିଥିଲେ।

ପୂର୍ବରୁ ସେ ଖାଦ୍ୟ ଗ୍ରହଣ କରୁନଥିଲେ। ମାତ୍ର ଗୁରୁବାର ରାତିରେ ହଠାତ ପାଣି ପିଇବା ବି ବନ୍ଦ କରି ଦେବାରୁ ଅଚାନକ ଭାବେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ପ୍ରଥମରୁ ସେ ପାଣି ପିଇବା ଛାଡ଼ି ଦେଇଥିଲେ। ମାତ୍ର ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ଦଳୀୟ ସଦସ୍ୟମାନେ ତାଙ୍କୁ ଜବର୍‌ଦସ୍ତ ପାଣି ପିଆଉଥିଲେ। ଏବେ ପଟେଲଙ୍କ ଅସୁସ୍ଥତା ପାଇଁ ସରକାର ଦାୟୀ ବୋଲି ଦଳୀୟ କର୍ମୀ ଅଭିଯୋଗ ଆଣିଛନ୍ତି।

ପିଏଏଏସ୍‌ ଦଳ ପକ୍ଷରୁ ପୂର୍ବରୁ ଗୁଜୁରାଟ ସରକାରଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସରକାର ହାର୍ଦ୍ଦିକ ପଟେଲଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି ମଧ୍ୟ ହୋଇଥିଲା। ମାତ୍ର ସରକାର ଏହାକୁ ଅଣଦେଖା କରିବାରୁ ପଟେଲ ଶେଷରେ ଗୁରୁବାର ରାତିରେ ପାଣି ମଧ୍ୟ ଛାଡ଼ି ଦେଇଥିଲେ।

ସରକାରୀ ହସ୍ପିଟାଲ୍‌ର ଡାକ୍ତରଙ୍କ କହିବା ଅନୁଯାୟୀ ହୃଦ୍‌ପିଣ୍ଡ, କିଡ୍‌ନୀ ଆଦି ପଟେଲଙ୍କର ଅନେକ ଅଙ୍ଗ ବିନା ପାଣି ଓ ଖାଦ୍ୟ ଗ୍ରହଣ ପାଇଁ ପ୍ରଭାବିତ ହୋଇ ଦୁର୍ବଳ ହୋଇଛି। ମାତ୍ର ବେସରକାରୀ ଡାକ୍ତର ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି।

ଯାହାବି ହେଉ, ଏହାକୁ ନେଇ ଏବେ ରାଜ୍ୟ ସରକାରଙ୍କର କହିବା କଥା ହେଲା ଏହି ଅନ୍ଦେଳନ କଂଗ୍ରେସ ଦ୍ୱରା ହୋଇଛି।

By amfnews

Related Post