କେନ୍ଦୁଝର ଜିଲ୍ଲାପାଳ ଙ୍କର କୋର୍ଟରେ ଆଜି ୧୩ ଜଣ ଖଣି ଲିଜଧାରୀ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟ ଙ୍କର ନିର୍ଦ୍ଧେଷ ମତେ । ଜୋରିମାନ ଦେଇ ନଥିବା ଖଣି ଲିଜଧାରୀ ମାନଙ୍କର ସମ୍ପତି ବ୍ୟାଜାପ୍ତ ପାଇଁ କେନ୍ଦୁଝର ଜିଲ୍ଲାପାଲ ଙଅକର କୋର୍ଟରେ ଚାଲିଥଇବା ସାର୍ଟିଫିକେଟ କେଶ ର ଜବାବ ରଖିବା କୁ ଆଜି ୧୩ ଟି ଖଣି ଲିଜଧାରୀ ଙ୍କରପ୍ରତିନିଧୀ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି ।
ତେବେ କିଛି ଦିନ ଧରି ଓକିଲ ମାନଙ୍କର କାର୍ଯ୍ୟ ବନ୍ଧ ଆନ୍ଦୋଳନ ଚାଲିଥିବାରୁ ଆଜି ଖଣି ଲିଜଧାରୀ ଙଅକର ପ୍ରତିନିଧୀ ମାନେ କୋର୍ଟରେ ଉପସ୍ଥିତ ହୋଇ ସମୟ ମାଗିଛନ୍ତି । ଆବେଦନ କୁ ବିଚାର କରୀ କୋର୍ଟ ୨୯.୯.୧୮ ତାରିଖକୁ ପରବର୍ତୀ ଶୁଣାଣିର ତାରିଖ ଧାର୍ଯ୍ୟ କରିଛନ୍ତି । ଆଜି ନୋଟିସ ହୋଇଇଥବା ଖଣି ଗୁଡିକ ହେଲା –ନାରାୟଣୀ ଏଣ୍ଡ ସନ୍ସ , ବାସୁଦେବ ଅଗ୍ରବାଲ , ଟି.ବି.ଲାଲ , ଏସ୍.ପ୍ରଧାନ , ବି.ସି.ଦେବ , ବି.ଡି.ପଟ୍ଟନାୟକ , ଏମ୍.ଟି.ଏସ୍ , ଭଞ୍ଜ ମିନେରାଲ୍ସ , ଏସି.ପାଢୀ , ମିଡଇଷ୍ଟ ଇନ୍ଟିଗ୍ରେଟେଡ , ଫାକର ଏଣ୍ଡ ଏସ୍.ଏନ୍.ଦାସ ମହାପାତ୍ର ।