Fri. Dec 27th, 2024

୧୧ ଆନ୍ତଃରାଜ୍ୟ ଏଟିଏମ୍ ଲୁଟିଆ ଗିରଫ, ଲକ୍ଷାଧିକ ଟଙ୍କା, ୯୫ ଏଟିଏମ କାର୍ଡ, ୧୫ ମୋବାଇଲ୍ ଓ ମାରଣାସ୍ତ୍ର ଜବତ

rklsanchar@gmail.com' By J.N. Pradhan Jul 5, 2018 #Featured
284 Views

ରାଉରକେଲା, ୫/୭ : ରାଉରକେଲା ସହର ତଥା ଆଖପାଖ ଅଞ୍ଚଳର ୧୪ଟି ଜିଲ୍ଲାରୁ ବିଭିନ୍ନ ସ୍ଥାନରେ ଏଟିଏମରୁ ଟଙ୍କା ଲୁଟକରି ଫେରାର ଥିବା ୧୧ ଜଣ ଏଟିଏମ ଲୁଟେରାଙ୍କୁ ରାଉରକେଲା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବିହାର ଗୟାର ନିସାନ୍ତ ରାଜ (୨୫), ବିହାର ରାଜ୍ୟ ଆରା ଗ୍ରାମର ପ୍ରିନ୍ସ କୁମାର ସିଂ (୨୧), ରାଜୁ କୁମାର ସିଂ(୨୫), ମଞ୍ଜିତ ପାଣ୍ଡେନ (୩୧), ସାଜନ କୁମାର (୨୫),  ଝାରଖଣ୍ଡର ଦୟାନନ୍ଦ କୁମାର ରାୟ(୨୦),  ବିବେକ କୁମାର ରାୟ(୩୮), ଉତ୍ତମ ସିଂ (୨୪), ବବଲୁ କୁମାର ରାୟ (୨୮), ମନୋଜ କୁମାର (୩୨) ଅଭିମନ୍ୟୁ କୁମାର ରାଜ(୨୬) ।

ସେମାନଙ୍କ ଠାରୁ ପୁଲିସ ୨ଟି ଲାପଟପ, ୩ଟି ଖଣ୍ଡା, ଗୋଟିଏ ବନ୍ଧୁକ ସହ ମହିନ୍ଦ୍ରା ବୋଲରୋ (ଜେଏଚ୍-୦୨ଏଜି- ୬୬୦୫), ମାରୁତି ସୁଇଫଇଟ୍ (ଜେଏଚ୍-ଓଏଇ ୭୨୩୩) , ଜେଏଚ୍ ୦୨ଏ ୯୫୯୫) ଜବତ କରିଛି । ଲୁଟେରାମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାଉରକେଲା ପୁଲିସ ରଘୁନାଥପାଲି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି । ଏସପି ଡା. ଉମା ଶଙ୍କର ଦାସଙ୍କ ସୂଚନା ଅନୁସାରେ, ଏହି ଲୁଟେରାମାନେ ବିଭିନ୍ନ ଏଟିଏମ କକ୍ଷରେ କୌଣସି ଗ୍ରାହକ ଟଙ୍କା ଉଠାଉଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭିତରକୁ ପଶିଥାନ୍ତି ।

ଯଦି ତାଙ୍କୁ କେହି ସହଯୋଗ ମାଗନ୍ତି ତାହେଲେ ସେମାନଙ୍କୁ ସହଯୋଗ ଦେବା ପରିବର୍ତ୍ତେ ସେମାନଙ୍କ ପିନ ନମ୍ବରକୁ ନୋଟ କରିନ୍ତି । ପରେ ଲାପଟପ୍ରେ ଉକ୍ତ ପିନନମ୍ବର ଦ୍ୱାରା କ୍ଲୋନ ଏଟିଏମ ତିଆରି କରନ୍ତି । ଲୁଟେରାମାନେ ନିଜ ପାଖରେ ଥିବା ବିଭିନ୍ନ ବ୍ୟାଙ୍କ ଏଟିଏମକୁ ବ୍ୟବହାର କରି ଗ୍ରାହକଙ୍କର ଟଙ୍କା ଉଠାଇ ଫେରାର ହୋଇଯାଆନ୍ତି । ଏନେଇ ଉଦିତନଗର ଥାନାରେ ଗତ ୨୧ ତାରିଖ ଦିନ, ଲାଠିକଟା ଥାନାରେ ୧୨ ତାରିଖ, ଟାଙ୍ଗରପାଲି ଥାନାରେ ଗତ ୬ ତାରିଖ, ବ୍ରାହ୍ମଣୀତରଙ୍ଗ ଥାନାରେ ୨୧ ତାରିଖ ଓ ରଘୁନାଥ ପାଲି ଥାନାରେ ୧୮ ତାରିଖ ସହ ଜିଲ୍ଲାର ଝାରସୁଗୁଡ଼ା, ସମ୍ବଲପୁର, ଯଶୀପୁର ଭଳି ୩୦ଟି ଥାନାର ବିଭିନ୍ନ ସ୍ଥାନରେ ଏଟିଏମରୁ ଟଙ୍କା ଗାଏବକୁ ନେଇ ଅଭିଯୋଗ ହୋଇଥିଲା ।

ମାସକ ଭିତରେ ରାଉରକେଲା ସହରରେ ୫ ରୁ ଊଦ୍ଧ୍ୱର୍ ଏଟିଏମରୁ ଟଙ୍କା ଉଠାଣକୁ ନେଇ ଅଭିଯୋଗ ହୋଇଥିଲା । ଏଟିଏମ ଲୁଟେରାମାନେ ପୁଲିସର ନିଦ ହଜାଇ ଦେଇଥିଲା । ଫଳରେ ରାଉରକେଲା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ମାସ ମାସ ଧରି ତଦନ୍ତ ଚଳାଇ ଥିଲା । ସେଥି ମଧ୍ୟରୁ ଆଜି ପୁଲିସ ୧୧ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ରାଉରକେଲା ଏସପି ଡା. ଦାସ, ଅତିରିକ୍ତ ଏସପି ପି.କେ ମିଶ୍ର, ଡି.ପି ଦାସ, ପାନପୋଷ ଏସ୍ଡ଼ିପିଓ ପଦ୍ମନୀ ସ୍ୱାଇଁଙ୍କ ସହ ପ୍ଲାଣ୍ଟ ସାଇଟ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଟାଙ୍ଗରପାଲି ଥାନା ଅଧିକାରୀ ଏମ୍.ଆର ଦାସ ଓ ରଘୁନାଥ ପାଲି ଥାନା ଅଧିକାରୀ ମନୋରଞ୍ଜନ ସ୍ୱାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଏହି ଲୁଟେରା ଗ୍ୟାଙ୍ଗରେ ଆଉ କିଛି ଅଭିଯୁକ୍ତ ସାମିଲ ଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି ।

Related Post