Thu. Dec 26th, 2024

୧୧ଟି ରାଜ୍ୟରେ ବନ୍ୟା: ୮୬୮ ଜଣଙ୍କ ମୃତ୍ୟୁ

By amfnews Aug 17, 2020 #Featured
139 Views

ନୂଆଦିଲ୍ଲୀ, ଅଗଷ୍ଟ ୧୭  : ସମଗ୍ର ଦେଶରେ ଗତ ୧୧ ତାରିଖ ଠାରୁ ମୌସୁମୀ ଅଧିକ ସକ୍ରିୟ ହୋଇଛି । ମୌସୁମୀ ବର୍ଷା ସକ୍ରିୟ ହୋଇଥିବାରୁ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ବିହାର, ଆସାମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଓଡ଼ିଶାରେ ବିଗତ ସପ୍ତାହ ଠାରୁ ବର୍ଷା ଲାଗି ରହିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ମୁମ୍ବାଇ, କୋଙ୍କଣ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହୋଇଛି । ରାଜସ୍ଥାନର କିଛି ଅଂଚଳରେ ଗତ ୧୫ ତାରିଖରେ ବନ୍ୟା ଦେଖାଯାଇଛି ।

କେରଳର ଇଡୁକୀରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ ୫୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଗୃହମନ୍ତ୍ରାଳୟ ତରଫରୁ ଗତ ୧୨ ତାରିଖରେ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ବନ୍ୟା ଯୋଗୁଁ ଚଳିତ ବର୍ଷ ୧୧ଟି ରାଜ୍ୟରେ ୮୬୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଗତ ବର୍ଷ ଏତିକି ସମୟ ମଧ୍ୟରେ ୯୦୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଚଳିତ ବର୍ଷ ଅସ୍ୱାଭାବିକ ବର୍ଷା ହେଉଛି । କିନ୍ତୁ କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି । ମାତ୍ର ୬ ଘଣ୍ଟା ମଧ୍ୟରେ ଜୟପୁରରେ ୨୫ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ, ଛତିଶଗଡ଼, ରାଜସ୍ଥାନରେ ଭଲ ବର୍ଷା ହୋଇଛି । ନ୍ୟାସନାଲ ୱେଦର ଫରକାଷ୍ଟିଙ୍ଗ ସେଣ୍ଟରର ବୈଜ୍ଞାନିକ ଏହି ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୁଣି କୁହାଯାଇଛି ଯେ, ଆସନ୍ତା ୧୯ ତାରିଖରୁ ବଙ୍ଗୋପ ସାଗରରେ ଲଘୁଚାପ ହେବ । ଏହାର ପ୍ରଭାବରେ ଓଡ଼ିଶା ସମେତ ଏହାର ପଡୋଶୀ ରାଜ୍ୟରେ ମଧ୍ୟ ବର୍ଷା ହୋଇପାରେ ।

By amfnews

Related Post