92 Views
ବାରିପଦା : ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ଜାଲରେ ବୁଧବାର ଆରପିଏଫ ଥାନାର ୩ ଜଣ କର୍ମଚାରୀ ଫସିଯାଇଛନ୍ତି। ପୂର୍ବ ଯୋଜନା ଅନୁସାରେ ଆଜି ଏକ ଢାବାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ୨୦ ଜଣିଆ ଟିମ୍ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଘଟଣା ସମୟରେ ଇନ୍ସପେକ୍ଟର ଅମିତ ଓ ପ୍ରମୋଦ ମରାଣ୍ଡି ଉପସ୍ଥିତ ଥିଲେ। ଭାଗରାଇ ମୁର୍ମୁ ଡ୍ୟୁଟି ଶେଷ କରି ସେଠାରୁ ଘରକୁ ଯାଇ ସାରିଥିଲେ। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପୁଲିସ କର୍ମଚାରୀମାନେ ପୂର୍ବରୁ ମଧ୍ୟ ଟଙ୍କା ଲାଞ୍ଚ ନେଉଥିଲେ। ମାତ୍ର ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି।