Sat. Mar 7th, 2026

୧୦ ଡିଗ୍ରୀ ତଳେ ୧୫ଟି ସହର; ସୋନପୁର ପୁଣି ସବୁଠୁ ଥଣ୍ଡା ସହର

180 Views

ଭୁବନେଶ୍ୱର :  ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଆଜି ସେଠାରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା।

ଆଜି ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୫, ଦାରିଙ୍ଗିବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗିରରେ ୮, ବାଲେଶ୍ୱରରେ ୮.୬, କଟକରେ ୮.୮, ସୁନ୍ଦରଗଡ଼ରେ ଓ ବାରିପଦାରେ ୯ ଏବଂ କୋରାପୁଟରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ବରଫପାତ ହୋଇଥିଲା

ଏହା ସହିତ ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିଲା। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଥିଲା। ବରଗଡ଼ ଜିଲ୍ଲା ସୀମାନ୍ତ ଝାରବନ୍ଧ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ତୁଷାରପାତ ହୋଇଥିଲା। ଗତକାଲି ମଧ୍ୟ ବଣାଇ ଓ କେନ୍ଦୁଝରର ବଡ଼ବିଲ୍‌, କାଞ୍ଜିପାଣି, ତଣ୍ଡିଯୋଡ଼ା, ବାଉରିପଦା, ରାଇସୁଆଁ ଅଞ୍ଚଳରେ ତୁଷାରପାତ ହୋଇଥିଲା।

By amfnews

Related Post