Sat. Mar 7th, 2026

୧୦୧ ବର୍ଷ ବୟସରେ ମହିଳା ବନିଥିଲେ ମା’, ଜାଣନ୍ତୁ ଘଟଣା ପଛର ସତ୍ୟତା

311 Views

ନୂଆଦିଲ୍ଲୀ, ଜାନୁଆରୀ ୩୦ : ସୋସିଆଲ ମିିଡିଆରେ ପ୍ରତିଦିନ ଅନେକ ଖବର ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛିଟା ଖବର ଭାଇରାଲ ବି ହୋଇଥାଏ। ପରେ ଘଟଣା ପଛର ପ୍ରକୃତ ସତ୍ୟ ସାମ୍ନାକୁ ଆସିଥାଏ। ଏମିତି ଏକ ଖବର ୨୦୧୭ରେ ଭାଇରାଲ ହୋଇଥିଲା। ଖରବ ଟି ଥିଲା ଏପରି କି, ଜଣେ ୧୦୧ ବର୍ଷର ବୃଦ୍ଧା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ଶୁଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ମାମଲା ଇଟାଲୀର ବୋଲି କୁହାଯାଉଥିଲା।

ଯେଉଁଠାରେ ୧୦୧ବର୍ଷର ଅନତୋଲିଆ ହ୍ଵର୍ଟାଡେଲା ନାମକ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। ତେବେ ଏହି ଖବରକୁ ବିଶ୍ୱାସ କରିବା ସମ୍ଭବ ହୋଇ ନଥିଲା। ଅନତୋଲିଆ ଅଣ୍ଡାଶୟର ଇମ୍ପପ୍ଲେନଟେସନ୍‌ ପରେ ପାଖାପାଖି ୯ପାଉଣ୍ଡ ଓଜନର ଶିଶୁକୁ ଜନ୍ମ ଦେଇଥିଲେ ବୋଲି ଶୁଣିବାକୁ ମିଳି୍‌ଥିଲା। ଅଣ୍ଡାଶୟ ପ୍ରତିରୋପଣ ତୁର୍କିର ଏକ ଘରୋଇ କ୍ଲିନିକ୍‌ରେ ଡାକ୍ତର.ଏଲେକଜେନ୍‌ଣ୍ଡ୍ରୋ ପୋପୋଲିକି ଦ୍ୱାରା କରାଯାଇଥିଲା। ଏହି ସର୍ଜରି ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା। କାରଣ ପରିପକ୍ୱ ବୟସ ପରେ ବି ଅଣ୍ଡାଶୟ ପ୍ରତିରୋପଣ କରାଯାଇଥିଲା।

୧୦୧ବର୍ଷର ଅନତୋଲିଆ ହ୍ଵର୍ଟାଡେଲା ଏହି ଘଟଣାକୁ ଭଗବାନଙ୍କ ଆର୍ଶୀବାଦ ବୋଲି ମାନିଥିଲେ। ୪୮ବର୍ଷ ବୟସରେ ଅନତୋଲିଆ ହ୍ଵର୍ଟାଡେଲା ୧୬ଟି ଶିଶୁକୁ ଜନ୍ମ ଦେଇ ସାରିଥିଲେ। ଏହି ଖବର ଚର୍ଚ୍ଚାକୁ ଆସିବା ପରେ ଅନେକ ନ୍ୟୁଜ ଚାନେଲ ଯାଞ୍ଚ କରିବା ପରେ ଏହି ଖବର ଗୁଜବ ବୋଲି ପରେ ଜଣାପଡ଼ିଥିଲା।

By amfnews

Related Post