Sun. Jun 8th, 2025

ୟେସ୍‌ ବ୍ୟାଙ୍କ୍‌ ମାମଲା: ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ୭ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ

By amfnews Mar 9, 2020 #Featured
227 Views

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ସୋମବାର ଦିନ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି।

ମୁମ୍ବାଇଠାରେ ଡିଏଚ୍‌ଏଫ୍‌ଏଲ୍‌, ଆର୍‌କେଡବ୍ଲୁ ଡେଭ୍‌ଲପର୍ସ ଏବଂ ଡୁଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି କମ୍ପାନିର ମାଲିକାନା ସହ ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଓ ପ୍ରତିଷ୍ଠାତା ରାଣା କପୁରଙ୍କ  ବାସଭବନରେ ଚଢ଼ାଉ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଡିଏଚ୍‌ଏଫ୍‌ଏଲ୍‌ର ମୁମ୍ବାଇସ୍ଥିତ ବାନ୍ଦ୍ରା ଅଫିସ୍‌ରେ ମଧ୍ୟ ଚଢ଼ାଉ କରିଛନ୍ତି।

ୟେସ୍‌ ବ୍ୟାଙ୍କ୍‌ରୁ ଋଣ ପାଇବାକୁ ଡିଏଚ୍‌ଏଫ୍‌ଏଲ୍‌ ରାଣା କପୁରଙ୍କ ପରିବାରକୁ ୬୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ରାଣାଙ୍କ ପରିବାର ସଦସ୍ୟମାନଙ୍କ ମାଲିକାନାରେ ଥିବା କମ୍ପାନିଗୁଡ଼ିକ ଜରିଆରେ ଏହି ଟଙ୍କା ଲାଞ୍ଚ ଦିଆଯାଇଥିବା ତଦନ୍ତକାରୀ ଏଜେନ୍‌ସି କହିଛି। ସିବିଆଇ ଦାଏର କରିଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି ଯେ ୨୦୧୮ ଏପ୍ରିଲ୍‌ ରୁ ଜୁନ୍‌ ମାସ ମଧ୍ୟରେ ଏହି ଦୁର୍ନୀତିର ଅୟାମାରମ୍ଭ ହୋଇଥିଲା। ଏହି ସମୟରେ ୟେସ୍‌ ବ୍ୟାଙ୍କ୍‌ ‘ଡିଏଚ୍‌ଏଫ୍‌ଏଲ୍‌’ର ସ୍ୱଳ୍ପ ମିଆଦି ଡିବେନ୍‌ଚରର୍ସରେ ୩୭୦୦ କୋଟି ଟଙ୍କା ବିନିଯୋଗ କରିଥିଲା।

By amfnews

Related Post