Fri. Mar 6th, 2026

ୟୁପିର ‘ଗୋଲଡେନ୍ ବୟ’ ସୌରଭ ଚୌଧୁରୀଙ୍କ ଉପରେ ପୁରସ୍କାର ବର୍ଷା, ହେବେ ସରକାରୀ ଅଫିସର

318 Views

ନୂଆଦିଲ୍ଲୀ, ଅଗଷ୍ଟ୨୧:

 ଭାରତର ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ ମଙ୍ଗଳବାର ୧୮ ତମ ଏସୀୟ କ୍ରୀଡାରେ ଇତିହାସ ରଚିଛନ୍ତି। ସେ ୧୦ ମିଟର ଏୟାର ରାଇଫଲ ପିସ୍ତଲ ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହି ବର୍ଗରେ ହରିୟାଣର ୨୯ ବର୍ଷୀୟ  ଅଭିଷେକ ବର୍ମା କାଂସ୍ୟ ପଦକ ଜିତିଛନ୍ତି। ଏବେ ସୌରଭ ଚୌଧୁରୀଙ୍କ ଉପରେ ପୁରସ୍କାର ବର୍ଷା ହୋଇଛି।

ୟୁପିର ସୌରଭ ଚୌଧୁରଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିଥିବାରୁ ମୁଖ୍ୟମନ୍ତ୍ରୀ ସୌରଭଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଓ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି।

ଚଳିତ ଏସୀୟ କ୍ରୀଡ଼ାରେ ସୌରଭ ଭାରତ ପାଇଁ ତୃତୀୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ସେ ଫାଇନାଲ ମୁକାବିଲାରେ ୨୪୦.୭ ସ୍କୋର କରି ଶୀର୍ଷରେ ପହଞ୍ଚିବା ସହ ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଅନ୍ୟ ପଟେ ଏହି ବର୍ଗରେ ଭାରତର ଅଭିଷେକ ବର୍ମା ୨୧୯.୩ ସ୍କୋର କରି ତୃତୀୟ ସ୍ଥାନରେ ରହିବା ସହିତ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି।

By amfnews

Related Post