Sun. Mar 8th, 2026

ୟୁଜିଆଇଇରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୯୧ ୟୁନିଟ୍ ରକ୍ତ ସଂଗ୍ରହ

231 Views

ରାଉରକେଲା,୨୨ା୯ : ଉକ୍ରଳମଣି ଗୋପବନ୍ଧୁ ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଜୀବନବିନ୍ଦୁ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆର୍ଡିଏ ଅଧ୍ୟକ୍ଷ ସାରଦା ନାୟକ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଜୁ ଶ୍ରମିକ ବାହିନୀର ଉପସଭାପତି ବୈଦ୍ୟନାଥ ଦାସ, ଶ୍ରୀଚରଣ ମହାନ୍ତି, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ବିଭୂତି ପୁହାଣ, ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ରାଣା ପ୍ରତାପ ସିଂ, ଯଶବିନ୍ଦର ସିଂ ଗୋଲଡି, ଶଙ୍କର ଜେନା, ମାନସ ମହାନ୍ତି, ସରୋଜ ପ୍ରଧାନ, ଅଜିତ ଖଣ୍ଡୁଆଳ, ସୁଶାନ୍ତ ପରିଡା, ଭରତ ଦାସ, ସୁଜିତ ସ୍ୱାଇଁ, ଅନୀଲ ସିଂ, ନିରଞ୍ଜନ ଚୌଧୁରୀ, ଆଶିଷ ମଲ୍ଲ, ସୁନୀଲ ବରୁଆ, ସୁଧାଂଶୁ ଶତପଥୀ, ଦୁଷ୍ମନ୍ତ ରାଉତରାୟ, ସୁଧୀର ଭୂମିଜତ ଶମ୍ଭୁନାଥ ଦୁବେ ପ୍ରମୁଖ ଯୋଗ ଦେଇ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

ଏଥିରେ ମୋଟ ୯୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ରମକୁ ଅନୀଲ ମଲ୍ଲିକ, ଲୋକନାଥ ପଣ୍ଡା, ରଶ୍ମିରଞ୍ଜନ ବାରିକ, ସୌମ୍ୟରଞ୍ଜନ କାଲସିଂ, ରାଜା ତନ୍ତୀ, ଦେବୀପ୍ରସାଦ ବାରିକ, ସୌମ୍ୟରଞ୍ଜନ ରାଉତ, ସ୍ୱରାଜ ଷଡଙ୍ଗୀ, ଅଭିଜିତ ତ୍ରିପାଠୀ, ପ୍ରଦୀପ ବିଶ୍ୱାସରାୟ, ପ୍ରିୟଙ୍କା କୌର, ସୁନିଆ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଶିବିରକୁ ଛାତ୍ର ଜନତା ଦଳର ଜିଲା ସାଧାରଣ ସମ୍ପାଦକ ଶଙ୍କର ଦାସ ପରିଚାଳନା କରିଥିଲେ ।

By amfnews

Related Post