Sun. Jun 8th, 2025

ହ୍ବାଇଟ୍ ହାଉସ୍ ବାହାରେ ପ୍ରତିବାଦ ଉଗ୍ର ହେବାରୁ ବଙ୍କର୍‌ରେ ପଶିଲେ ରାଷ୍ଟ୍ରପତି ଟ୍ରମ୍ପ୍

By amfnews Jun 1, 2020 #Featured
245 Views

ୱାସିଂଟନ୍: ଶୁକ୍ରବାର ରାତିରେ ଶହ ଶହ ପ୍ରତିବାଦକାରୀ ହ୍ବାଇଟ୍‌ ହାଉସ୍ ବାହାରେ ସମ୍ମିଳିତ ହୋଇ ଟେକାପଥର ଫିଙ୍ଗିବା ସହ ପୁଲିସ ବାରିକେଡ୍ ଟଣାଟଣି କରିବାରୁ ଗୁଇନ୍ଦା ଏଜେଣ୍ଟ୍‌ମାନେ ରାଷ୍ଟ୍ରପତି ଟ୍ରମ୍ଫ୍‌ଙ୍କୁ ଏକ ବଙ୍କର୍‌ ଭିତରକୁ ନେଇଯାଇଥିଲେ।

ବଙ୍କର୍‌ ମଧ୍ୟରେ ଟ୍ରମ୍ପ୍ ପ୍ରାୟ ଘଣ୍ଟାଏ ଅତିବାହିତ କରିଥିଲେ ବୋଲି ନାମ ଗୋପନ ରଖି ହ୍ବାଇଟ୍‌ହାଉସ୍‌ର ଜଣେ ନିକଟତମ ରିପବ୍ଲିକାନ୍ କହିଛନ୍ତି। ଆତଙ୍କବାଦ ଆକ୍ରମଣ ଭଳି ଜରୁରୀ ପରିସ୍ଥିତି ନିମନ୍ତେ ଏହି ବଙ୍କର୍‌ ନିର୍ମାଣ କରାଯାଇଛି। ହ୍ବାଇଟ୍ ହାଉସ୍ ମଧ୍ୟରେ ଥିବା ଗୁଇନ୍ଦା ଏଜେଣ୍ଟ୍‌ମାନେ ବିବ୍ରତ ହୋଇ ହଠାତ୍ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି।

ରିପବ୍ଲିକାନ୍‌ଜଣକ ଆହୁରି କହିଛନ୍ତି ଯେ ବିପୁଳ ଜନତା ଓ ସେମାନଙ୍କ ବିଷୋଦ୍ଗାରଣ ଯୋଗୁଁ ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ଭୀତତ୍ରସ୍ତ ହୋଇଯାଇଥିଲେ। ଫାଷ୍ଟ୍ ଲେଡି ମେଲାନିଆ ଏବଂ ସେମାନଙ୍କର ୧୪ ବର୍ଷିୟ ପୁଅ ବେରନଙ୍କୁ ବଙ୍କର୍ ମଧ୍ୟକୁ ନିଆଯାଇଥିଲା କି, ନାହିଁ ତାହା ହଠାତ୍ ଜଣାପଡ଼ିନାହିଁ।

ଗତ ସୋମବାର ପୁଲିସ ନିର୍ଯାତନା ଯୋଗୁଁ ଜର୍ଜ ଫ୍ଏଡ୍ ନାମକ ଜଣେ କୃଷ୍ଣକାୟ ସମ୍ପ୍ରଦାୟ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ଆମେରିକାର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ ଚାଲିଛି। ଶୁକ୍ରବାର ଦିନ ମଧ୍ୟ ଲାଫେୟେଟି ପାର୍କରେ ପ୍ରତିବାଦକାରୀମାନେ କରୁଥିବା ଚିତ୍କାର ହ୍ବାଇଟ୍‌ ହାଉସ୍‌କୁ ଶୁଭୁଥିଲା ଏବଂ ସେମାନଙ୍କୁ ଦମନ କରିବାକୁ ଗୁଇନ୍ଦା ଏଜେଣ୍ଟ୍‌ ଓ ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ଉଦ୍ୟମ ଚଳାଇଥିଲେ।

By amfnews

Related Post