Sun. May 18th, 2025

ହେମନ୍ତଙ୍କୁ ଟାଣିନେଲା କୁମ୍ଭୀର

By amfnews Sep 7, 2019 #Featured
267 Views

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ନେଢ଼ୁଆଳି ଗାଁର ଜଣେ ଯୁବକଙ୍କୁ ବୈତରଣୀ ନଦୀରେ କୁମ୍ଭୀର ଟାଣି ନେଇଛି। ଧାନ ରୋଇବା ପରେ ନଦୀକୁ ଧୋଇ ହେବାକୁ ଯାଇଥିବା ବେଳେ କୁମ୍ଭୀର ଟାଣି ନେଇଥିବା ପରିବାର ଲୋକେ କହିଛନ୍ତି। ମୃତ ଯୁବକଙ୍କ ନାଁ ହେମନ୍ତ ମାଝୀ। ତାଙ୍କ ଘର ନେଢ଼ୁଆଳି ଗାଁରେ।

ଗତକାଲି ସକାଳେ ହେମନ୍ତ ନଦୀ ପାଖ ବିଲକୁ ଧାନ ରୋଇବା ପାଇଁ ଯାଇଥିଲେ। ହେଲେ ବିଳମ୍ୱ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କ ସନ୍ଧାନ ପାଇପାରି ନ ଥିଲେ।

ଘଟଣା ସମ୍ପର୍କରେ ସେମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ। ବୈତରଣୀ ନଦୀରେ କୁମ୍ଭୀର ଥିବା ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ପରେ ସେମାନେ ଡଙ୍ଗା ନେଇ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଘଳିଆ ମୁହଁରେ ହେମନ୍ତଙ୍କ ମୁଣ୍ଡ ପଡ଼ିଥିବା ଦେଖିବାକୁ ସେମାନେ ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡକୁ ଛାଡିଦେଲେ ଆଉ ସବୁ ଅଂଶକୁ କୁମ୍ଭୀର ଖାଇଦେଇଥିବା ଜଣାଯାଇଛି। ପୁଲିସ୍‌ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ହେମନ୍ତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗାଁଲୋକେ ନିବେଦନ କରିଛନ୍ତି।

By amfnews

Related Post