Sun. Jun 8th, 2025

ହୃଦ୍‌ଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌

By amfnews Oct 26, 2019 #Featured
150 Views

ଇସ୍‌ଲାମବାଦ: ହୃଦ୍‌ଘାତର ଶିକାର ହୋଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଲହୋରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସରିଫ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ହମିଦ୍‌ ମିର୍‌ ମଧ୍ୟ ଟ୍ଵିଟ୍‌ କରି ଜଣାଇଛନ୍ତି।

ନଓ୍ଵାଜ ପୂର୍ବରୁ ମଧ୍ୟ ଅସୁସ୍ଥ ଥିବା ଖବର ପ୍ରକାଶ ପାଇଥିଲା। ଏକ ସପ୍ତାହ ତଳେ ନଓ୍ଵାଜଙ୍କ ରକ୍ତରେ ପ୍ଲାଟ୍‌ଲେଟ୍‌ ସ୍ତର କମ୍‌ ଥିବା କାରଣରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବା ପରେ ପୁଣି ଥରେ ତାଙ୍କ ରକ୍ତରେ ପ୍ଲାଟ୍‌ଲେଟ୍‌ ପରିମାଣ ସାଧାରଣ ହୋଇଥିଲା। ପରେ ପୁଣି ଥରେ ରକ୍ତରୁ ପ୍ଳାଟ୍‌ଲେଟ୍‌ କମିଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଥିଲା।

ଉଲ୍ଲେଖଯୋଗ୍ୟ, ଦୁର୍ନୀତି ଅଭିଯୋଗରେ ଜେଲ୍‌ରେ ଥିବା ନଓ୍ଵାଜଙ୍କୁ ଶୁକ୍ରବାର ଡାକ୍ତରୀ ଚିିକିତ୍ସା ପାଇଁ ଜାମିନ୍‌ ପ୍ରଦାନ କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କର ହୃଦ୍‌ ରୋଗ ରହିଛି ବୋଲି ମଧ୍ୟ ଜାଣିବାକୁ ମିଳିଛି।

By amfnews

Related Post