Wed. Jan 1st, 2025

ହୁଆଇ ନେଇ ଟ୍ରମ୍ପଙ୍କ ବଡ଼ ଆକ୍ରମଣ, ଆମେରିକୀୟ ଟେକ୍ନୋଲୋଜୀରେ ନିର୍ମିତ ଚିପ କିଣିପାରିବନି କଂପାନୀ

By amfnews Aug 18, 2020 #Featured
132 Views

ନୂଆଦିଲ୍ଲୀ, ଅଗଷ୍ଟ ୧୮ : ଆମେରିକା ଏବଂ ଚୀନ ମଧ୍ୟରେ ଶୀତଳଯୁଦ୍ଧ ଜାରି ରହିଛି । ଚୀନ ବିରୋଧରେ ଆମେରିକା ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛି । ଟ୍ରମ୍ପ ପ୍ରଶାସନ ଚାଇନିଜ କଂପାନୀ ହୁଆଇକୁ ଆମେରିକାରେ ଅଟକାଇବା ଲାଗି ନିଜର ଫରେନ ଡାଇରେକ୍ଟର ପ୍ରଡକ୍ଟ ରୁଲ ସଂପ୍ରସାରଣ କରିଛି । ଆମେରିକୀୟ ଡିପାର୍ଟମେଣ୍ଟଅଫ ଷ୍ଟେଟ ତରଫରୁ ଜାରି ପ୍ରେସ ନୋଟ ଅନୁସାରେ ହୁଆଇର ୩୮ ସହଯୋଗୀ କଂପାନୀକୁ ମଧ୍ୟ ଏଣ୍ଟିଟି ତାଲିକାରେ ସାମିଲ କରାଯାଇଛି ।

ହୁଆଇ ଦ୍ୱାରା ଚିପ ପ୍ରଡକଶନର ବିକଳ୍ପ ଉପୟା ଏବଂ ଅଫ ଦ ସେଲ୍ଫ ଚିପ ପ୍ରଡକଶନ ଉପରେ କଟକଣାକୁ ନେଇ ନିୟମ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ପ୍ରସ୍ତୁତ ହୋଇଯିବା ପରେ ଯଦି କୌଣସି ଦେଶର କଂପାନୀ ଆମେରିକୀୟ ଟେକ୍ନୋଲୋଜୀର ବ୍ୟବହାର କରି ଚିପ ନିର୍ମାଣ କରନ୍ତି, ତା’ହେଲେ ହୁଆଇ ଏହି ଚିପକୁ କିଣିପାରିବ ନାହିଁ । ଏହି କଟକଣା ହୁଆଇ ସହିତ ଏହାର ୩୮ଟି ସହଯୋଗୀ କଂପାନୀ ଉପରେ ମଧ୍ୟ ଲାଗୁ କରାଯାଇଛି । ତେବେ ହୁଆଇ ପାଇଁ ଏହା ବଡ଼ ଝଟକା ବୋଲି କୁହାଯାଉଛି । ଆମେରିକା ଗତ ମେ’ ମାସରେ ପ୍ରଥମ ଥର ଫରେନ ଡାଇରେକ୍ଟ ପ୍ରଡକ୍ଟ ରୁଲ ଲାଗୁ କରିଥିଲା ।

By amfnews

Related Post