Mon. Dec 23rd, 2024

ହୀରାକୁଦରେ ହ୍ରାସ ପାଉଛି ଜଳପତ୍ତନ, 36ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

By amfnews Aug 31, 2020 #Featured
123 Views

ଭୁବନେଶ୍ବର, ଅଗଷ୍ଟ ୩୧ : ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଥିବାରୁ ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  ।

ଡ଼୍ୟାମରୁ ଏବେ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି। ଡ଼୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ୬୨୭.୨୧ ଫୁଟ ରହିଛି।

ଜଳଭଣ୍ଡାର ମଧ୍ୟକୁ ୫ ଲକ୍ଷ ୬୯ ହଜାର ୫୩୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୨୦ ହଜାର ୩୫୫କ୍ୟୁସେକ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡୁଳିରେ ୧୦ ଲକ୍ଷ ୨୬ ହଜାର ୨୧୮କ୍ୟୁସେକ ଜଳ ପ୍ରବାହିତ ହେଉଛି।

By amfnews

Related Post