Tue. Mar 10th, 2026

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲ୍‌ରେ ଭର୍ତ୍ତି

209 Views

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବୀରଭଦ୍ରଙ୍କୁ ଶିମଲା ସ୍ଥିତ ଇନ୍ଦିରା ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବୀରଭଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିଥିବା ଜଣାପଡ଼ିଛି।

ବୀରଭଦ୍ର ଅସୁସ୍ଥ ଥିବା ଖବର ପାଇ ଅନେକ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ବୀରଭଦ୍ର ସିଂହ କଂଗ୍ରେସର ଜଣେ ବରିଷ୍ଠ ନେତା। ସେ ହିମାଚଳ ପ୍ରଦେଶର ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କେନ୍ଦ୍ରରେ ମନମୋହନ ସିଂହ ସରକାରରେ ସେ ଇସ୍ପାତ ମନ୍ତ୍ରୀ ମଧ୍ୟ ଥିଲେ।

By amfnews

Related Post