Sat. Mar 7th, 2026

ହିଟ୍ ଯୋଡ଼ିଙ୍କ ହାତଗଣ୍ଠି ପଡ଼ିଲା ,ହନିମୁନ୍‌କୁ ନେଇ ସସ୍‌ପେନ୍ସ

353 Views

ମୁମ୍ବାଇ: ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡର ହିଟ୍ ଯୋଡ଼ି ରଣବୀର ସିଂହ ଏବଂ ଦୀପିକା ପାଦୁକୋନ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାତଜନମର ସାଥୀ ହୋଇଛନ୍ତି ରଣବୀର-ଦୀପିକା। ଇଟାଲିର ଲେକ୍ କୋମୋରେ ଦୁହିଁଙ୍କ ବିବାହ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି।

ତେବେ ବିବାହ ପରେ ଉଭୟଙ୍କ ହନିମୁନକୁ ପ୍ଲାନ୍‌କୁ ନେଇ ଭାରି ଚର୍ଚ୍ଚା ହେଉଛି। ଆଗରୁ କୁହାଯାଉଥିଲା ଯେ, ବିବାହ କରିବା ପରେ ଉଭୟଙ୍କର ତୁରନ୍ତ ହନିମୁନ୍‌ ନେଇ ସେମିତି କିଛି ପ୍ଲାନ୍‌ ନାହିଁ। ହେଲେ ହିନ୍ଦୁସ୍ଥାନ୍‌ ଟାଇମ୍‌ସ ମୁତାବକ ଉଭୟେ ନିଜର କାମକୁ ଫେରିବା ପୂର୍ବରୁ ଏକ ଛୋଟଧରଣର ହନିମୁନ୍‌ କରିବାର ଯୋଜନା ରହିଛି। ତଥାପି ଏହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ହନିମୁନ୍‌ ସରିବା ପରେ ଦୁହେଁ ନିଜ ଫିଲ୍ମରେ ବ୍ୟସ୍ତ ରହିବେ। ତେବେ ନଭେମ୍ବର ୨୧ରେ ବେଙ୍ଗାଲୁର ଏବଂ ନଭେମ୍ବର ୨୮ରେ ମୁମ୍ବାଇରେ ଉଭୟଙ୍କ ପକ୍ଷରୁ ଏକ ଗ୍ରାଣ୍ଡ ପାର୍ଟି ଦିଆଯିବ ବୋଲି ଜଣାପଡ଼ିଛି।

କରଣ ଜୋହରଙ୍କ ପ୍ରଯୋଜିତ ଏବଂ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ‘ସିମ୍ବା’ ଫିଲ୍ମ ସୁଟିଂରେ ରଣବୀର ବିଜି ଅଛନ୍ତି। ସେହିପରି ମେଘନା ଗୁଲଜାରଙ୍କ ଏସିଡ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ତିଆରି ହେବାକୁ ଥିବା ଫିଲ୍ମରେ ଦୀପିକା ଲିଡ୍‌ ରୋଲରେ ଆସିବେ ବୋଲି ଜଣାପଡ଼ିଛି।

By amfnews

Related Post