Tue. Dec 24th, 2024

ହାଥରସ ଆଳରେ ଉତ୍ତରପ୍ରଦେଶରେ ହିଂସା ପାଇଁ ଷଡ଼ଯନ୍ତ୍ର, ୪ ପିଏଫଆଇ ସଦସ୍ୟ ଗିରଫ!

By amfnews Oct 6, 2020 #Featured
171 Views

ମଥୁରା, ଅକ୍ଟୋବର ୦୬ : ହାଥରସ ମାମଲାର ଆଳ ଦେଖାଇ ଉତ୍ତର ପ୍ରଦେଶରେ ଜାତୀୟ ଓ ସାଂପ୍ରଦାୟିକ ହିଂସା ପାଇଁ ଷଡ଼ଯନ୍ତ୍ର କରୁଥିବା ୪ ଜଣଙ୍କୁ ମଥୁରା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ସଦସ୍ୟ ବୋଲି କୁହାଯାଉଛି । କୁହାଯାଉଛି ଯେ,ଏହି ଚାରି ଜଣ ଯୁବକ ଦିଲ୍ଲୀରୁ ହାଥରସ ଯାଉଥିଲେ । ଏମାନଙ୍କୁ ଟୋଲ ପ୍ଲାଜାରେ ବାହନ ଯାଂଚ ସମୟରେ ଧରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମୁଜାଫରପୁରନଗରର ନଗଳା ନିବାସୀ ଆତୀକ ଉର ରହମାନ, ମଲ୍ଲପୁରମ ନିବାସୀ ସିଦ୍ଦିକି, ବହରାଇଚ ଜିଲ୍ଲାର ଜରୱଲ ନିବାସୀ ମସୁଦ ଅହମଦ ଓ ରାମପୁର ଜିଲ୍ଲାର କୋତୱାଲି ଅଂଚଳର ଆଲମ ।

ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ମୋବାଇଲ, ଲ୍ୟାପଟପ ଏବଂ ସନ୍ଦିଗ୍ଧ ଜିନିଷ ଜବତ କରିଛି । ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଛି ଯେ, ପିଏଫଆଇ ଏବଂ ଏହାର ସଂଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ) ସହିତ ଏମାନଙ୍କର ସଂପର୍କ ଥିଲା ଏହା ପରେ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏଡିଜି (ଲ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର କହିଛନ୍ତି, ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କିଛି ସନ୍ଦୀଗ୍ଧ ହାଥରସ ଅଭିମୁଖେ ଯାଉଛନ୍ତି । ଏହା ପରେ ସୋମବାର ମଥୁରାର ମାଣ୍ଟ ଟୋଲ ପ୍ଲାଜାରେ ସନ୍ଦିଗ୍ଧଙ୍କ ବାହନ ଯାଂଚ କରାଯାଇଥିଲା । ସେମାନେ ଏକ ସୁଇଫ୍ଟ ଡିଜାୟର (ଡିଏଲ ୦୧ ଜେଡସି ୧୨୦୩)ରେ ହାଥରସ ଅଭିମୁଖେ ବାହାରିଥିଲେ ।

By amfnews

Related Post