Mon. Apr 21st, 2025

ହାତ ମିଶାଇଲେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରବି ଓ ତାରା

By amfnews Jan 20, 2020 #Featured
164 Views

ଜୟପୁର : କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଇଦାନରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେଉଥିବା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି ଗୋଟିଏ ମଞ୍ଚରେ। ତାରା ବାହିନୀପତି ଏବେ କଂଗ୍ରେସ ଦଳରୁ ଜୟପୁର ବିଧାୟକ ଥିବା ବେଳେ ବିଜେଡିର ରବିନାରାୟଣ ନନ୍ଦ ହେଉଛନ୍ତି ପୂର୍ବତନ ବିଧାୟକ।

ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା  ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଚାଲେ ଛକାପଞ୍ଝା। ସୁଯୋଗ ପାଇଲେ ପରସ୍ପରର ଦୋଷ ଦୁର୍ବଳତା ବଖାଣିବାରେ ପଛ ଘୁଞ୍ଚା ଦେଉ ନ ଥିବା ଏହି ୨ ନେତା ଏବେ ହାତ ମିଶାଇଛନ୍ତି। ଏକ କାର୍ଯ୍ୟକ୍ରମରେ ଜୟପୁରର ବିକାଶ ଲାଗି ଉଭୟ ଅଣ୍ଟା ଭିଡିଛନ୍ତି।

ଜୟପୁରରେ ଫେସବୁକ୍‌ ଗ୍ରୁପ ଅବିଭାଜିତ କୋରାପୁଟ ସମାଚାରର ଭେଟଘାଟ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ତାରା ଓ ରବି ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ଏହି ଭେଟଘାଟ କାର୍ଯ୍ୟକ୍ରମରେ ପରସ୍ପର ପ୍ରତି ଥିବା ଶତ୍ରୁତାକୁ ଭୁଲି କୋରାପୁଟ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ତାରାଙ୍କ ଠୁମକା ଦେଖିବାକୁ ମିଳିଥିଲା। ଯାହାକି ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା।

୨୦୧୯ ସାଧାରଣ ନିର୍ବାଚନରେ ତାରା ବାହିନୀ ପତି ଓ ରବି ନନ୍ଦ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ। ନିର୍ବାଚନରେ ତାରା ବାଜି ଜିତି ଯାଇଥିବା ବେଳେ ରବି ହାରି ଯାଇଥିଲେ।

By amfnews

Related Post