Fri. Jan 10th, 2025

ହାଟ୍ରିକ ଆୱାର୍ଡ ଜିତିଲେ ବିରାଟ, ଏକାବେଳେ ହାସଲ କଲେ ଶ୍ରେଷ୍ଠ ଆଇସିସି, ଟେଷ୍ଟ ଏବଂ ୱାନଡେ ‘କ୍ରିକେଟର ଅଫ ଦ ଇଅର’ ପୁରସ୍କାର

By amfnews Jan 22, 2019 #Featured
302 Views

ନୂଆଦିଲ୍ଲୀ, ଜାନୁଆରୀ ୨୨ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୨୦୧୮-୧୯ ଆଇସିସି ପୁରସ୍କାରରେ ଇତିହାସ ରଚିଛନ୍ତି । କୋହଲିଙ୍କୁ କ୍ରିକେଟର ଅଫ ଦ ଇଅର ପାଇଁ ସାର ଗାରଫିଲ୍ଡ ଆୱାର୍ଡ ମିଳିଛି । ଏହାସହ ତାଙ୍କୁ ଏହି ବର୍ଷର ସର୍ବଶ୍ରେଷ୍ଠ ଟେଷ୍ଟ ଏବଂ ଦିନିକିଆ କ୍ରିକେଟର ଅଫ ଦ ଇୟର ଘୋଷଣା କରାଯାଇଛି ।

ଭାରତୀୟ ଅଧିନାୟକଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟର ଅଫ ଦ ଇଅର ରୂପେ ଚୟନ କରାଯାଇଛି । ଏହା ବ୍ୟତୀତ ସେ ଲଗାତାର ଦ୍ୱିତୀୟ ବର୍ଷ  ଆଇସିସି ୱାନଡେ କ୍ରିକେଟର ଅଫ ଦ ଇଅର ହୋଇପାରିଛନ୍ତି । କେବଳ ଏତିକି ନୁହେଁ ବିରାଟ ଆଇସିସିର ସର୍ବଶ୍ରେଷ୍ଠ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ହୋଇପାରିଛନ୍ତି ।

ଏହି ତିନୋଟି ଶୀର୍ଷ ପୁରସ୍କାର ଜିତିଥିବା ପ୍ରଥମ ଖେଳାଳି ହେଉଛନ୍ତି ବିରାଟ । ତାଙ୍କୁ ଆଇସିସି ୨୦୧୮ ବର୍ଷ ପାଇଁ ସର୍ବଶ୍ରେଷ୍ଠ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ କରାଯାଇଛି ।

ଏହା କୋହଲିଙ୍କ ଦ୍ୱିତୀୟ ୱାନଡେ କ୍ରିକେଟର ଅଫ ଦ ଇଅର ପୁରସ୍କାର । ଗତବର୍ଷ ମଧ୍ୟ ବିରାଟ ଏହି ପୁରସ୍କାର ଲାଭ କରିଥିଲେ । ସେତେବେଳେ ସେ ୧୩୩.୫୫ ଆଭରେଜରେ ୧୨୦୨ ରନ କରିଥିଲେ । ଚଳିତ ବର୍ଷ ସେ ଦିନିକିଆରେ ଦ୍ରୁତତମ ୧୦ହଜାର ରନ କରିବାର ଉପଲବ୍ଧି ହାସଲ କରିଥିଲେ ।

ପୁରସ୍କାର ଜିତିବା ପରେ କୋହଲି କହିଛନ୍ତି କି, ଏହା ଏକ ରୋମାଂଚକର ଅନୁଭବ । ଏହା ପରିଶ୍ରମର ଫଳ । ବହୁତ ଭଲ ଲାଗୁଛି । କେବଳ ସେ ନୁହେଁ ପୁରା ଟିମ ଭଲ ପ୍ରଦର୍ଶନ କରିଛି । ଏହା ଏକ ଗର୍ବର ବିଷୟ । ପୁରସ୍କାର ମିଳିଲେ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଆତ୍ମବିଶ୍ୱାସ ମିଳେ ବୋଲି ସେ କହିଛନ୍ତି ।

By amfnews

Related Post