Sat. Mar 7th, 2026

‘ହାଓଡି ମୋଦି’ରେ ଓଡ଼ିଆ ଭାଷା,ସଂସ୍କୃତିର ଝଲକ: ମୋଦି କହିଲେ- ଭାରତରେ ‘ସବୁ ଭଲ ଅଛି’

314 Views

ହ୍ୟୁଷ୍ଟନ୍‌  : ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବାକୁ ଆୟୋଜିତ ହୋଇଥିବା ବିଶାଳ କାର୍ଯ୍ୟକ୍ରମ ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି। ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ଅବସରରେ ‘ହାଓଡି ମୋଦି’ ଉତ୍ତରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଭାଷା ସମେତ ଓଡ଼ିଆରେ ମଧ୍ୟ ପଦେ କହିଥିଲେ। ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଏହା ଶୂଣି ଗର୍ବ ଅନୁଭବ କରିଥିଲେ। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ। ଏହି ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ନୃତ୍ୟ ସହିତ ଓଡ଼ିଶୀ ନୃତ୍ୟ ମଧ୍ୟ  ସ୍ଥାନ ପାଇଥିଲା। ଏଥିସହ ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ଭାରତୀୟ ମନ୍ଦିର ଦୃଶ୍ୟମାନ ହେଉଥିଲା। ଯାହାକି ସମ୍ପୂର୍ଣ୍ଣ ଭାବେ ବିଦେଶରେ ଭାରତର ଭ୍ରମ୍‌ ସୃଷ୍ଟି କରୁଥିଲା।  ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଦେଖି ପ୍ରବାସୀ ଭାରତୀୟ ବିମୁଗ୍ଧ ହୋଇଯାଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ଶହ କଳାକାର ଅଂଶଗ୍ରହଣ କରିଥିଲେ।।

By amfnews

Related Post