Thu. Dec 26th, 2024

ହାଇ ଆଲର୍ଟରେ ଭାରତୀୟ ସେନା, ବୁଧବାର ସକାଳେ ଜମ୍ମୁ-କଶ୍ମୀରର ମେଢ଼ର ଆକାଶରେ ତୀବ୍ର ବେଗରେ ଚକ୍କର କାଟିଲା ବାୟୁସେନା ବିମାନ

By amfnews Apr 3, 2019 #Featured
229 Views

ପୁଞ୍ଚ୍‌ : ବୁଧବାର ସକାଳେ ପୁଞ୍ଚ୍‌ର ମେଢ଼ରରେ ରହୁଥିବା ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ଯେତେବେଳେ ଭାରତୀୟ ବାୟୁସେନାର ବିମାନ ଆକଶମାର୍ଗରେ ତୀବ୍ର ବେଗରେ ଚକ୍କର କାଟିଥିଲା । ଜମ୍ମ-କଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ରଜୌରୀରେ ମଧ୍ୟ ବାୟୁସେନା ବିମାନର ଗତିବିଧିକୁ ଲୋକେମାନେ ଦେଖିବାକୁ ପାଇଥିଲେ । ପାକ୍‌ ବାରମ୍ବାର ଅସ୍ତ୍ରବୀରତି ନିୟମ ଉଲ୍ଲଂଘନ କରିବା ସହ ଆକାଶ ମାର୍ଗରେ ଏବଂ ଭାରତ-ପାକ୍‌ ସୀମାରେ ଆକ୍ରମଣ କରୁଥିବାରୁ ଭାରତୀୟ ସେନା ଏବେ ହାଇ ଆଲର୍ଟରେ ଥିବା ଜଣା ପଡ଼ିଛି । ଗତକାଲି ମେଢ଼ର ଅଞ୍ଚଳରେ ପାକିସ୍ତାନ ଫିଙ୍ଗିଥିବା ୩-୪ଟି ଅଫୁଟା ବୋମାକୁ ଜବତ କରି ନଷ୍ଟ କରିବା ପରେ ଆଜି ଭାରତୀୟ ବାୟୁସେନା ଆଲର୍ଟ ହୋଇ ଏଭଳି କରିଛି ।

ସୂଚନା ମୁତାବକ, ଏୟାର ଷ୍ଟ୍ରାଇକ୍‌ର ଗୋଟେ ଦିନ ପରେ ପ୍ରତିଶେଧ ନେବା ପାଇଁ ପାକିସ୍ତାନ ମିରେଜ୍‌-୩ ଲଢ଼ୁଆ ବିମାନ ସାହାଯ୍ୟରେ ଭାରତ ଉପରେ ୩-୪ଟି ବୋମା ପକାଇଥିଲା । କିନ୍ତୁ ତାହା ଫୁଟି ପାରି ନଥିଲା । ଗତକାଲି ତାହାକୁ ଠାବ କରି ନଷ୍ଟ କରିଥିଲା ଭାରତୀୟ ସେନା ।

By amfnews

Related Post