168 Views
ହାଇଦ୍ରାବାଦ, ଅକ୍ଟୋବର ୨୬: ଜଣେ ୩ ମାସର ଶିଶୁକୁ ପ୍ରଥମେ ଅପହରଣ କରିବା ଓ ପରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିବା ବେଳେ ହାଇଦ୍ରାବାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବିକ୍ରି ପାଇଁ ଉଦ୍ୟମ କରାଯାଉଥିବା ଶିଶୁକୁ ଉଦ୍ଧାର କରିଛି ପୋଲିସ ।ଫଲକନାମା ଡିଭିଜନ ଏସିପି କହିଛି, ସିସିଟିଭି ଫୁଟେଜ ମାଧ୍ୟମରେ ଘଟଣା ସହିତ ଜଡ଼ିତ ଜଣେ ମହିଳାଙ୍କୁ ଚିହ୍ନା ଯାଇଛି । ମହିଳା ଜଣକ ଶିଶୁକୁ ଅପହରଣ କରି ୬୦,୦୦୦ ଟଙ୍କାରେ ବିକ୍ରି କରିବାକୁ ଉଦ୍ୟମ କରୁଥିଲା । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।