Sat. Mar 7th, 2026

ହାଇଦ୍ରାବାଦ ମହିଳା ତହସିଲଦାରମାନେ ‘ପେପର୍‌ ସ୍ପ୍ରେ’ ନେଇ ଅଫିସ୍‌କୁ ଯିବେ

242 Views

ହାଇଦ୍ରାବାଦ: ସମ୍ଭାବ୍ୟ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ହାଇଦ୍ରାବାଦ ଏବଂ ସମଗ୍ର ରାଜ୍ୟର ମହିଳା ତହସିଲଦାରମାନେ ସାଥିରେ ‘ପେପର୍‌ ସ୍ପ୍ରେ’ (ଲଙ୍କାମରିଚ ସ୍ପ୍ରେ) ନେବାକୁ କୁହାଯାଇଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ହାଇଦ୍ରାବାଦ ଉପକଣ୍ଠସ୍ଥିତ ଅବ୍‌ଦୁଲ୍ଲାପୁମେଟ୍‌ କାର୍ଯ୍ୟାଳୟରେ ତହସିଲଦାର ଏମ୍‌ଆର୍‌ଓ ବିଜୟା ରେଡ୍ଡୀଙ୍କୁ ଜୀବନ୍ତ ପୋଡ଼ିଦେବାର ସପ୍ତାହେ ପରେ ଏ ଭଳି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।୪୦୦ ମହିଳାଙ୍କ ସମେତ ରାଜ୍ୟରେ ପ୍ରାୟ ୧୦୦୦ ତହସିଲଦାର ଅଛନ୍ତି।

ଡେପୁଟି କଲେକ୍ଟର୍‌ ସଂଘର ଅଧ୍ୟକ୍ଷ ଭି ଲାଚି ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି: ବିଜୟାଙ୍କ ଉପରେ ଆକ୍ରମଣ ଅପ୍ରତ୍ୟାଶିତ ଥିବାବେଳେ ଏବେ ଅନ୍ୟୂନ ମହିଳା ତହସିଲଦାରମାନେ ସତର୍କ ରହି ପ୍ରତିଷେଧ ଗ୍ରହଣ ରୁହନ୍ତୁ। ଅଧିକ ଜାଗ୍ରତ ହୋଇ ପେପର୍‌ ସ୍ପ୍ରେ ରଖିବାକୁ ଆମେ ସେମାନଙ୍କୁ ନିର୍ଦେଶ ଦେଇଛୁ।

ଏଥିରେ ଚିନ୍ତିତ ହୋଇ ତେଲେଙ୍ଗାନା ତହସିଲଦାର ସଂଘର ଏସ୍‌ ରାମୁଲୁ କହିଛନ୍ତି ଯେ ଏବେ ତହସିଲଦାରଙ୍କୁ ଭେଟିବାକୁ ଆସୁଥିବା ଅଭିଯୋଗକାରୀଙ୍କୁ ସାଥିରେ ବ୍ୟାଗ୍‌ ନେଇ ଯିବାକୁ ଅନୁମତି ମିଳିବ ନାହିଁ।

By amfnews

Related Post