Thu. Dec 26th, 2024

ହାଇଦ୍ରାବାଦ ନିର୍ବାଚନ: ୧୪୬ ଆସନରୁ କଂଗେସକୁ ମିଳିଲା ୨ଟି, ଖାତା ଖୋଲିପାରିନି ଟିଡିପି

By amfnews Dec 5, 2020 #Featured
205 Views

ନୂଆଦିଲ୍ଲୀ, ଡିସେମ୍ବର ୦୫ : ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେି ଭାରତୀୟ ଜନତା ପାର୍ଟି ଚମକପ୍ରଦ ପ୍ରଦର୍ଶନ କରିଥିବା ବେଳେ ତେଲୁଗୁ ଦେଶମ ପାର୍ଟି (ଟିଡିପି)କୁ ହାରିବାକୁ ପଡିଛି । ସେହିଭଳି କଂଗ୍ରେସକୁ ମାତ୍ର ୨ଟି ଆସନରେ ବିଜୟ ମିଳିଛି । କଂଗ୍ରେସ ନଗର ମହାନଗର ନିଗମ ନିର୍ବାଚନରେ ୧୪୬ଟି ଆସନରେ ପ୍ରାର୍ଥୀ ଅବତୀର୍ଣ୍ଣ କରାଇଥିଲା । 

ବିଜେପି କହିଛି, ତେଲେଙ୍ଗାନାରେ କ୍ଷମତାରେ ଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫଳାଫଳକୁ ପାର୍ଟି ଲାଗି ଐତିହାସିକ ବୋଲି କହିଛନ୍ତି । ସେ କହିଛନ୍ତି, ଦେଶ କେବଳ ବିକାଶକୁ ଏଜେଣ୍ଡା କରୁଛି । ଏହି ନିର୍ବାଚନରେ ବିଜେପି ୪୮ଟି ଆସନରେ ବିଜୟୀ ହୋଇ ୨ୟ ଦଳ ହୋଇପାରିଛି । ଟିଆରଏସ ୫୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଓୱେସିଙ୍କ ଦଳକୁ ମିଳିଛି ୪୪ଟି ଆସନ । 

କଂଗ୍ରେସ ତୁଳନାରେ ଟିଡିପିର ସ୍ଥିତି ଅଧିକ ଖରାପ । କାରଣ ଟିଡିପିର ୧୦୬ ପ୍ରାର୍ଥୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିଲେ । ୨୦୧୬ ନିର୍ବାଚନରେ ୪ଟି ଆସନରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି ଏଥର ୧୨ ଗୁଣ ଅଧିକ ଅର୍ଥାତ ୪୮ଟି ଆସନରେ ଜିତିଛି । ବିଜେପି ୧୪୯ଟି ଆସନରେ ନିଜର ପ୍ରାର୍ଥୀ ଦେଇଥିଲା । ବର୍ଷ ୨୦୧୬ରେ ବିଜେପି ଓ ଟିଡିପିର ମେଣ୍ଟ ଥିଲା । 

By amfnews

Related Post