Fri. Mar 6th, 2026

ହାଇଦର୍ ଫେରାର୍ ଘଟଣା:ହୋଟେଲ୍ ଛାଡ଼ିଲେ ୬ ପୋଲିସ୍ କର୍ମଚାରୀ

349 Views

କଟକ, ଏପ୍ରିଲ 14 : ହାଇଦରକୁ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ପୁଲିସ କର୍ମଚାରୀ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜ୍‌ରେ ମଉଜ କରୁଥିଲେ ସେହି ଲଜ୍ ଛାଡ଼ିଛନ୍ତି ଏନେଇ ସୁଚନା ଦେଲେ ମଙ୍ଗଳାବାଗ ସ୍ଥିତ ଅହଲ୍ୟା ଲଜ୍ ର କର୍ମଚାରୀ ।

ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଲଜ୍ ଛାଡ଼ିଛନ୍ତି । ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜ୍‌ରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍ କନଷ୍ଟେବଳ ମହମ୍ମଦ ମୌସିମ୍ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍ ହୋଇଥିଲା।

ଲଜ୍‌ରେ ରୁମ୍ ବୁକ୍ କରିବାକୁ ଏହି ପୁଲିସ କର୍ମଚାରୀ ନିଜ ପୁଲିସ ବିଭାଗର ପରିଚୟପତ୍ରର ଜେରକ୍ସ କପି ଲଜ୍‌ରେ ଦାଖଲ କରିଛନ୍ତି। ଲଜ୍ ଭଡ଼ା ବାବଦକୁ ଏହି ପୁଲିସ କର୍ମଚାରୀ ପ୍ରାୟ ୧୭ ହଜାର ଟଙ୍କା ଜମା କରିଛନ୍ତି। ଏହି ଟଙ୍କା ଗ୍ୟାଙ୍ଗଷ୍ଟର ହାଇଦର୍କ‌ ବହନ କରିଥିବା କୁହାଯାଉଛି।

By amfnews

Related Post