Wed. Mar 11th, 2026

ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ମିଳିବ ଜମା ଟଙ୍କା

157 Views

ଭୁବନେଶ୍ୱର : ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ମିଳିବ। ସଂସ୍ଥାରେ ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟି ଦେବାକୁ କଟକର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୨୧ ହଜାର ୭ ଶହ ଜମାକାରୀଙ୍କୁ ଏହି ଟଙ୍କା ତୁରନ୍ତ ଫେରାଇ ଦେବାକୁ କଟକର ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମ୍‌ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇଟେକ୍ କମ୍ପାନୀ ମୁଖ୍ୟ ତିରୁପତି ପାଣିଗ୍ରାହୀ ଓ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ଟଙ୍କା ସର୍ବୋଚ୍ଚ ନ୍ୟାୟଳୟ ନିକଟରେ ଜମା ରଖାଯାଇଥିଲା। ତେବେ ଏହି ଟଙ୍କାକୁ କ୍ଷତିଗ୍ରସ୍ତଙ୍କୁ ଫେରାଇବାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉକ୍ତ ଟଙ୍କା କଟକ ସ୍ୱତନ୍ତ୍ର ଚିଟଫଣ୍ଡ୍ କୋର୍ଟଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା।

By amfnews

Related Post