Mon. Mar 31st, 2025

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଆଜି ବଲାଙ୍ଗିର ବନ୍ଦ

By amfnews Sep 18, 2019 #Featured
204 Views

ବଲାଙ୍ଗୀର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ବର୍ଷ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ଦାବି ହୋଇଆସୁଛି। ଏଥିଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାସ  ମାସ ଧରି ଆନ୍ଦୋଳନ ଚାଲି ଆସୁଥିଲେ ବି କେନ୍ଦ୍ର କିମ୍ବା ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି। ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ।

ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାରେ ଥିବା ସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ, ଜୀବନବୀମା, ବ୍ୟାଙ୍କ ବନ୍ଦ ରହିଛି। ତେବେ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ ଡାକରାରୁ ବାଦ୍ ଦିଆଯାଇଛି। ସେହିପରି ଯାନବାହନ ଚଳାଚଳ ସ୍ୱାଭାବିକ ରହିବା ସହ ଦୋକାନବଜାର ଖୋଲା ରହିଛି ।

By amfnews

Related Post