Sat. Mar 7th, 2026

ହାଇକୋର୍ଟ ସ୍ଥାୟୀବେଞ୍ଚ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

285 Views

ରାଉରକେଲା, ୩୦ ।୮ : ରାଉରକେଲାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । କୋର୍ଟ ପରିସରରେ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକକୁ ବନ୍ଦ କରାଯିବା ସହ କୋର୍ଟ ପରିସରକୁ କାହାରିକୁ ଛଡା ଯାଇନଥିଲା । ଫଳରେ କୋର୍ଟକୁ ବିଭିନ୍ନ କାମରେ ଆସୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ଓକିଲ ସଂଘ ପକ୍ଷରୁ ଯେ ପର୍ଯ୍ୟନ୍ତ ରାଉରକେଲାରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା, ରେକର୍ଡ ରୁମ୍ ପ୍ରତିଷ୍ଠା ଭଳି ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ କରାନଯାଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସଂଘ ସଭାପତି ସତ୍ୟପଦ ଶର୍ମା, ବରିଷ୍ଠ ଆଇନଜୀବୀ ରମେଶ ବଳ, ମାଧବୀ ଝା, ଗାର୍ଗୀ ପଣ୍ଡା, ରାଜକିଶୋର ପ୍ରଧାନ, ମୁନା ତ୍ରିପାଠୀ, ନିହାର ରଞ୍ଜନ ସିଂ, ନୃସିଂହ ମିଶ୍ର, କୈଳାସ ସାମଲଙ୍କ ସମେତ ଶତାଧିକ ଆଇନଜୀବୀ ସାମିଲ୍ ଥିଲେ ।

Related Post