Sun. Mar 8th, 2026

ହଷ୍ଟେଲରେ ରଶି ଲଗାଇ ଦେଲେ ୧୮ ବର୍ଷର ଆଥଲେଟ୍‌

206 Views

ନୂଆଦିଲ୍ଲୀ, ନଭେମ୍ବର ୧୪: ୧୮ ବର୍ଷର ଉଦୟମାନେ ଆଟଲେଟ୍‌ ପରବିନ୍ଦର ଚୌଧୁରୀ ଜବାହାରଲାଲ ନେହୁର ଷ୍ଟାଡିୟମରେ ଥିବା ଆଥଲେଟ୍‌ ହଷ୍ଟେଲ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ରୁମ୍‌ରେ ଏକା ଥିବା ବେଳେ ସେ ସିଲିଂ ଫ୍ୟାନରେ ରଶି ଲଗାଇ ଦେଇଥିଲେ।  ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, “ଗତକାଲି (ମଙ୍ଗଳବାର) ସକାଳେ ପରବିନ୍ଦରଙ୍କର ତାଙ୍କ ବାପାଙ୍କ ସହ କୌଣସି କଥାକୁ ନେଇ ଫୋନ୍‌ରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ଭଉଣୀ ହଷ୍ଟେଲ୍‌କୁ ଆସି ତାଙ୍କ ସହ କଥା ହୋଇଥିଲେ। ଆମେ ଦୁଃଖିତ ଯେ, ତାଙ୍କୁ ବଞ୍ଚାଇ ପରିଲୁ ନାହିଁ।”

By amfnews

Related Post