Sun. Mar 8th, 2026

ହଷ୍ଟନରେ ମୋଦିଙ୍କୁ ଭେଟିଲେ ଶିଖ୍, ବୋହରା ଏବଂ କଶ୍ମୀର ପଣ୍ଡିତ

182 Views

ହଷ୍ଟନ, ଆମେରିକା: ଗତକାଲି ଆମେରିକାର ହଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ ଦାଓଦି ବୋହରା କମ୍ୟୁନିଟିର ସଦସ୍ୟ, ଶିଖ୍ ଏବଂ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କଶ୍ମୀର ପଣ୍ଡିତମାନେ। ଏମିତିକି ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀଙ୍କ ହାତକୁ ଚୁମ୍ୱନ ଦେଇଥିଲେ କଶ୍ମୀର ପଣ୍ଡିତମାନେ। ସେହିପରି ଶିଖ ସମ୍ପ୍ରଦାୟର ଲୋକମାନେ କରତାରପୁର କରିଡରକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ANI

@ANI

United States: Prime Minister Narendra Modi joins in reciting ‘Namaste Sharade Devi’ shloka while the Kashmiri Pandits meeting and interacting with him also recite it, in Houston.

Embedded video

By amfnews

Related Post