Sun. Mar 8th, 2026

ହରିୟାଣା: ୫୦ ଫୁଟ୍‌ ଗଭୀର ବୋରେଓ୍ଵଲକୁ ଖସିପଡ଼ିଛି ପାଞ୍ଚ ବର୍ଷୀୟ ଝିଅ, ଉଦ୍ଧାର ଅଭିଯାନ ଜାରି

197 Views

ଚଣ୍ଡିଗଡ଼: ହରିୟାଣାର କର୍ଣ୍ଣଲ୍‌ ଜିଲ୍ଲା ଅନ୍ତର୍ଗତ ହରିସିଂହପୁର ଗ୍ରାମରେ ୫୦ ଫୁଟ୍‌ ଗଭୀର ବୋରେଓ୍ଵଲ ମଧ୍ୟକୁ ପଡ଼ିଯାଇଥିବା ଗୋଟାଏ ପାଞ୍ଚ ବର୍ଷୀୟ ଝିଅକୁ ବାହାର କରିବା ପାଇଁ ଉଦ୍ୟମ ଚାଲିଥିବା କଥା ସୋମବାର ଦିନ ପୁଲିସ କହିଛି।

ରବିବାର ଦିନ ବିଲରେ ଖେଳୁଥିବା ବେଳେ ଘରୌନ୍ଦା ଅଞ୍ଚଳରେ ଥିବା ତାଙ୍କ ନିଜ ବୋରେଓ୍ଵଲ ମଧ୍ୟକୁ ସେ ଖସିପଡ଼ିଥିବା କଥା ପୁଲିସ କହିଛି।
ତାକୁ ନ ଦେଖି ଘରଲୋକେ ଖୋଜାଖୋଜି କରି ଦେଖିଲେ ଯେ ସେ ବୋରେଓ୍ଵଲରେ ପଡ଼ିଯାଇଛି।ଏ ବିଷୟରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ସୂଚନା ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମଧ୍ୟ ଏ ବାବଦରେ ଅବଗତ କରାଇ ଦିଆଯାଇଥିଲା।

ବୋରେଓ୍ଵଲ୍‌ ମଧ୍ୟକୁ ଅମ୍ଳଜାନ ଯୋଗାଣ ଚାଲିଛି। ଉଦ୍ଧାରକାରୀମାନେ କ୍ୟାମେରା ଯୋଗେ ପିଲାଟିର ଅବସ୍ଥିତି ଜାଣିବାକୁ ଚେଷ୍ଟା କରିବା ବେଳେ ତା’ ପାଦ ଦେଖିଛନ୍ତି। ଆଶ୍ୱସ୍ତି ଅନୁଭବ କରିବାକୁ ଗର୍ତ୍ତ ମଧ୍ୟରେ ଥିବା ପିଲାଟି ନିକଟରେ ତା’ ବାପାମାଆଙ୍କ କଥାର ରେକର୍ଡିଙ୍ଗ୍‌ ବଜା ଯାଉଛି ବୋଲି ପୁଲିସ କହିଛି।

By amfnews

Related Post