Tue. Dec 24th, 2024

ହରିୟାଣା: ଏସୀୟ କ୍ରୀଡ଼ା ବିଜେତାଙ୍କୁ ମିଳିବ ବଡ଼ ଚାକିରୀ, ସ୍ୱର୍ଣ୍ଣ ଆଣିଲେ ୩ କୋଟି

By amfnews Aug 29, 2018 #Featured
195 Views

ଚଣ୍ଡିଗଡ଼, ଅଗଷ୍ଟ୨୯ : ଭାରତୀୟ କ୍ରୀଡ଼ାବିଦଙ୍କ ପାଇଁ ହରିୟାଣା ସରକାର ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଟିମରେ ସାମିଲ ଥିବା ହରିୟାଣାର ସଦସ୍ୟ ପଦକ ଆଣିଲେ ସରକାରୀ ଚାକିରୀ ସୁନିଶ୍ଚିତ ବୋଲି ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଅନିଲ ଭିଜ ଘୋଷଣା କରିଛନ୍ତି ।

କ୍ରୀଡ଼ାମନ୍ତ୍ରୀ ଭିଜଙ୍କ ଘୋଷଣା ଅନୁସାରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ହରିୟାଣା ପୋଲିସ ସେବା ଓ ହରିୟାଣା ସାଧାରଣ ସେବାରେ ନିଯୁକ୍ତି ମିଳିବ । ସେହିପରି ସ୍ୱର୍ଣ୍ଣପଦକ ବିଜେତାଙ୍କୁ ସରକାର ପୁରସ୍କାର ଆକାରରେ ୩ କୋଟି ଟଙ୍କା ଦେବେ । ରୌପ୍ୟ ପଦକ ଆଣିଲେ ପ୍ରଥମ ଶ୍ରେଣୀ ସରକାରୀ ଚାକିରୀ ସହିତ ୧.୫ କୋଟି ଟଙ୍କା ଦିଆଯିବ । ସେହିଭଳି କାଂସ୍ୟ ପଦକ ବିଜେତାଙ୍କୁ ୭୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି କ୍ରୀଡ଼ାମନ୍ତ୍ରୀ ଘୋଷଣା କରିଛନ୍ତି ।

ହରିୟାଣା କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଆମେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୩ କୋଟି ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ୧.୫ କୋଟି ଟଙ୍କା ଓ କାଂସ୍ୟ ପଦକ ବିଜେତାଙ୍କୁ ୭୫ ଲକ୍ଷ ଟଙ୍କା ଦେବୁ । ସେହିଭଳି ଆମେ ସ୍ୱଣ୍ଣ ପଦକ ବିଜେତାଙ୍କୁ ହରିୟାଣା ପୋଲିସ ସେବା ଅର୍ଥାତ ହରିୟାଣା ସାଧାରଣ ପ୍ରଶାସନିକ ସେବାରେ ନିଯୁକ୍ତି ଦେବୁ । ସେହିଭଳି ରୌପ୍ୟ ପଦକ ବିଜେତାଙ୍କୁ ପ୍ରଥମ ଶ୍ରେଣୀ ସରକାରୀ ଚାକିରୀ ଦେବୁ ବୋଲି କ୍ରୀଡ଼ାମନ୍ତ୍ରୀ ଭିଜ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ମଧ୍ୟରେ ୫୦ଟି ପଦକ ଜିତି ସାରିଛି । ଏଥିରେ ୯ଟି ସ୍ୱର୍ଣ୍ଣ ଓ ୨୨ଟି ରୌପ୍ୟ ପଦକ ସାମିଲ ଅଛି । ଅନ୍ତର୍ଜାତୀୟ ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତୀୟ ପହଲମାନ ବଜରଙ୍ଗ ପୁନିଆ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିଲେ । ସେ ଜାପାନ ପ୍ରତିଯୋଗୀ ଦଇଛି ଟାକାତାନୀଙ୍କୁ ୧୧-୮ରେ ପୁରୁଷ ଫ୍ରି ଷ୍ଟାଇଲରେ ୬୫ କିଲୋ ବର୍ଗରେ ପରାସ୍ତ କରିଥିଲେ । ଭାରତର ନବମ ସ୍ୱର୍ଣ୍ଣ ପଦକ ମଙ୍ଗଳବାର ପୁରୁଷ ୮୦୦ ମିଟର ଦୌଡ଼ରେ ମଞ୍ଜିତ ସିଂହ ଆଣିଥିଲେ ।

 

By amfnews

Related Post