Sat. Nov 23rd, 2024

ହରିଦ୍ୱାର କୁମ୍ଭମେଳା: ପବିତ୍ର ଗଂଗାନଦୀର ‘ହର କୀ ପୈରୀ’ରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

By amfnews Apr 14, 2021 #Featured
117 Views

ହରିଦ୍ୱାର, ଏପ୍ରିଲ ୧୪ : ଉତ୍ତରାଖଣ୍ଡର ହରିଦ୍ୱାରରେ କୁମ୍ଭମେଳା ଜାରି ରହିଛି । ଆଜି ଭୋର ସକାଳୁ ପବିତ୍ର ଗଙ୍ଗାନଦୀର ହରିଦ୍ୱାରରେ ଥିବା ‘ହର୍ କୀ ପୈରୀ’ ଘାଟରେ ଭକ୍ତିର ବୁଡ଼ ପକାଇଛନ୍ତି । ପୂର୍ବରୁ ୨ ଥର ଶାହୀ ସ୍ନାନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ୩ୟ ଶାହୀ ସ୍ନାନର ଆୟୋଜନ ହୋଇଛି । ଆଜି ଭୋର ସକାଳୁ ପୂଜକଙ୍କ ଦ୍ୱାରା ଗଙ୍ଗା ଆରତୀ କରାଯାଇଥିଲା । ସୋମବତୀ ଅମାବାସ୍ୟା ଅବସରରେ ସୋମବାର ଦିନ ଶାହୀ ସ୍ନାନ ଅନୁଷ୍ଠିତ ହୋଇଥିଲା । 

ସୂଚନାଯୋଗ୍ୟ ସୋମବାର ଶାହୀ ସ୍ନାନ ପୂର୍ବରୁ ସାଧୁ ସନ୍ଥଙ୍କ ସବୁଠାରୁ ବଡ଼ ପ୍ରତିଷ୍ଠାନ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ସହିତ ପ୍ରାୟ ୬ ଜଣରୁ ଅଧିକ ସନ୍ଥ କୋଭିଡ-୧୯ ସଂକ୍ରମିତ ହୋଇଥିଲେ । ଫଳରେ ସୋମବତୀ ଅମାବାସ୍ୟା ଅବସରରେ ସୋମବାର କରୋନା କଟକଣା ମଧ୍ୟରେ ବୁଡ଼ ପକାଯାଇଥିଲା । 

ଉତ୍ତରାଖଣ୍ଡ କୁମ୍ଭମେଳା ଆଇଜି ସଂଜୟ ଗୁଂଜୟାଲ କହିଛନ୍ତି, ହର କୀ ପୈରୀରେ କେବଳ ଆଖଡ଼ା ପାଇଁ ସଂରକ୍ଷିତ । କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଆମେ ଲୋକଙ୍କ ଠାରେ ନିବେଦନ କରୁଛୁ । କିନ୍ତୁ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସାମାଜିକ ଦୂରତା ରକ୍ଷା କରି ବୁଡ଼ ପକାଇବାକୁ ଲୋକଙ୍କ ନିକଟରେ ଅପିଲ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୧୫ହଜାର ପୋଲିସ ମୁତୟନ ଅଛନ୍ତି ।  

By amfnews

Related Post