Sat. Mar 7th, 2026

ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍‌ ବଳରେ କୋରିଆକୁ ୪-୧ରେ ହରାଇଲା ଭାରତ

446 Views

ମସ୍କଟ: ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ୍‌ ଗୋଲ ବଳରେ ଭାରତ ୪-୧ ଗୋଲରେ କୋରିଆକୁ ପରାସ୍ତ କରିଛି। ଏଥି ସହିତ ଭାରତ ଚାମ୍ପିଅନ୍ସ ଟ୍ରଫିର ରାଉଣ୍ଡ ରବିନ ଟୁର୍‌ରେ ନିଜର ଅପରାଜୟ ଅଭିଯାନ ଜାରି ରଖିଛି। ହରମନପ୍ରୀତ ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ମୁକାବିଲାରେ ୫ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଏହା ପରେ ୪୭ତମ ଏବଂ ୫୯ ମିନିଟରେ ଆଉ ୨ଟି ଗୋଲ ଦେଇଥିଲେ।

ହରମନପ୍ରୀତ ଟୁର୍ଣ୍ଣାମେଣ୍ଟର ୩ୟ ହ୍ୟାଟ୍ରିକ୍‌ ଲଗାଇଛନ୍ତି। ଏହା ପୂର୍ବରୁ ଭାରତର ଦିଲପ୍ରୀତ ସିଂହ ଏବଂ ପାକିସ୍ତାନର ଅଲୀମ ବିଲାଲ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ ଗୋଲ ଦେଇଥିଲେ। ଭାରତ ପାଇଁ ଗୁରଜନ୍ତ ସିଂହ ମଧ୍ୟ ୧୦ ମିନିଟରେ ଗୋଲ ଦେଇଥିଲେ। ଦକ୍ଷିଣ କୋରିଆ ପାଇଁ ସିଉନଜିଲ ୨୦ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।

ଭାରତ ୫ଟି ମ୍ୟାଚ୍‌ରେ ୧୩ ପଏଣ୍ଟ ପାଇଥିବା ବେଳେ ୨୫ଟି ଗୋଲ କରିଛି। ମାଲେସିଆ ୪ଟି ମ୍ୟାଚରେ ୧୦ ପଏଣ୍ଟ ପାଇଁ ୨ୟ ସ୍ଥାନ ହାସଲ କରିଥିବା ବେଳେ ପାକିସ୍ତାନ ୩ୟ ଓ ଜାପାନ ୪ର୍ଥ ସ୍ଥାନରେ ରହିଛି। ଭାରତ, ମାଲେସିଆ, ପାକିସ୍ତାନ ଓ ଜାପାନ ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

By amfnews

Related Post