Fri. Dec 27th, 2024

ହତ୍ୟା ମାମଲାରେ ୭ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ ମୁଜାଫରନଗର କୋର୍ଟ

By amfnews Nov 21, 2018 #Featured
241 Views

ମୁଜାଫରନଗର, ନଭେମ୍ବର ୨୧ : ଉତ୍ତରପ୍ରଦେଶର ମୁଜାଫରନଗର କୋର୍ଟ ମଙ୍ଗଳବାର ଏକ ଐତିହାସିକ ରାୟ ପ୍ରକାଶ କରି ଜଣେ ଯୁବକଙ୍କ ହତ୍ୟା ମାମଲାରେ ୭ ଜଣ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଶାହପୁର ଥାନା ଅଞ୍ଚଳର ହରସୌଲି ଗାଁରେ ବର୍ଷ ୨୦୧୦ରେ ଭଲିବଲ ଖେଳକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଗୁଳିକାଣ୍ଡ ଘଟଣାରେ ୩ ଜଣ ଲୋକ ଗୁରୁତର ଭାବରେ ଆହତ ହୋଇଥିଲେ । ଏହି ଘଟଣାରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ମାମଲା କୋର୍ଟରେ ବିଚାରାଧିନ ଥିଲା । ଏଡିଜେ ୧୧ କୋର୍ଟ ଘଟଣା ସହିତ ସଂପୃକ୍ତ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ।

ବର୍ଷ ୨୦୧୦ ଫେବୃୟାରୀ ୨୫ର ଘଟଣା ଦିନ ନସୀମଙ୍କ ପୁଅ ସମସୁଦ୍ଦୀନଙ୍କ ଉପରକୁ ଗୁଳି କରାଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଉଭୟ ଗୋଷ୍ଠୀର କିଛି ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକ ନସୀମଙ୍କ ଭାଇ ଇରଫାନଙ୍କ ଦ୍ୱାରା ଥାନାରେ ଅଭିଯୋଗ ହୋଇଥିଲା, ଯେଉଁଥିରେ କୋର୍ଟ ମଙ୍ଗଳବାର ଏଡିଜେ ୧୧ ରାଜେଶ ଭରଦ୍ୱାଜଙ୍କ ଦ୍ୱାରା ଶୁଣାଣୀ ହୋଇଥିଲା । ଅଭିଯୁକ୍ତ ସାଦିକ, ସାହିଦ, ଅରସଦ, ରସିଦ, ସରଫରାଜ, ଫାରୁଖ ତଥା ମୁମତାନଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି ।

By amfnews

Related Post