Sat. Mar 7th, 2026

ହଠାତ୍‌ ଅମିତାଭଙ୍କୁ ପଛପଟେ ଦେଖି ଚମକି ପଡ଼ିଲେ ରେଖା, ପୁଣି ଚର୍ଚ୍ଚାରେ ବଲିଉଡ୍‌ ସେହେନ୍ସା ଓ ଗ୍ଲାମରଗାର୍ଲଙ୍କ ପ୍ରେମ କାହାଣୀ

325 Views

ମୁମ୍ବାଇ, ଜାନୁଆରୀ ୩୦ : ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ରେଖାଙ୍କ ରୋମାନ୍‌ସ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ନିକଟରେ ଏକ କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ଫଟୋ ଦେଖି ରେଖା ଚମକି ପଡ଼ିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରେଖା ଓ ଅମିତାଭ ଦୁହେଁ ନିଜ ନିଜ ଲାଇଫରେ ଆଗକୁ ବଢିସାରିଛନ୍ତି । ଆଜି ବି ଦୁହେଁଙ୍କୁ ଯଦି କୌଣସି କାର୍ଯ୍ୟକ୍ରମରେ ଭେଟାଭେଟି ହେବାର ଦେଖିବାକୁ ମିଳେ ସେମାନଙ୍କ ପ୍ରେମକାହାଣୀ ବିଷୟରେ ପୁଣି ଚର୍ଚ୍ଚା ହୋଇ ଉଠେ।

ନିକଟରେ ଏମିତି ଘଟଣା ବଲିଉଡର ପପୁଲାର ଫଟୋଗ୍ରାଫର ଡବୁ ରତ୍ନାନୀଙ୍କ କ୍ୟାଲେଣ୍ଡର ଫଟୋସୁଟ ଇଭେଣ୍ଟରେ ଦେଖିବାକୁ ମିଳିଛି। ଡବୁ ରତ୍ନାନୀଙ୍କ କ୍ୟାଲେଣ୍ଡର ଲଞ୍ଚ ଅବସରରେ ସେଠାର ଅନେକ ତାରକା ପହଞ୍ଚିଥିଲେ । ଏଥିରେ ରେଖାଙ୍କ ସମେତ ବିଦ୍ୟା ବାଲନ, ଟାଇଗର ସର୍ଫ, କ୍ରୀର୍ତ୍ତି ସାନନ୍‌ ମଧ୍ୟ ସାମିଲ ଥିଲେ ।

 

By amfnews

Related Post