Wed. Mar 11th, 2026

ହଙ୍ଗକଙ୍ଗ ସରକାର ବିରୋଧରେ ଜୋରଦାର ବିକ୍ଷୋଭ , ଚାଇନାକୁ ଚେତାବନୀ ଦେଲା ଆମେରିକା

231 Views

ନୂଆଦିଲ୍ଲୀ  : ଗତକାଲି ହଙ୍ଗକଙ୍ଗର ଭିକ୍ଟୋରିଆ ପାର୍କରେ ସ୍ଥାନୀୟ ସରକାର ବିରୋଧରେ ଲକ୍ଷ ଲକ୍ଷ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି। ଏକ ପ୍ରତ୍ୟାର୍ପଣ ବିଧେୟକକୁ ବିରୋଧ କରି ଲୋକମାନେ ବିରୋଧ କରିଛନ୍ତି। ଏହାକୁ ନଜରରେ ରଖି ଚାଇନା ହଙ୍ଗକଙ୍ଗ ସୀମାରେ ପ୍ରବଳ ସେନା ମୁତୟନ କରିଛି। ଯାହାକୁ ନେଇ ଆପତ୍ତି ଉଠାଇଛି ଆମେରିକା।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଚାଇନାକୁ ଚେତବାନୀ ଦେଇଛନ୍ତି। ଯଦି ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତାହାଲେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ଚୁକ୍ତି ବାତିଲ୍ ହେବ ବୋଲି ଆମେରିକା ସରକାର ଚେତାବନୀ ଦେଇଛି।

ହଙ୍ଗକଙ୍ଗରେ ବିକ୍ଷୋଭକାରୀଙ୍କୁ ବେଜିଂ ସରକାରର ଚେତାବନୀ ଦେଇଥିଲେ ମଧ୍ୟ ଗତକାଲି ପ୍ରବଳ ବର୍ଷାରେ ଲକ୍ଷ ଲକ୍ଷ ଲୋକ ଭିକ୍ଚୋରିଆ ପାର୍କରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ କଳା ଛତା ଓ ଡ୍ରେସ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପାଇଁ ସ୍ଥାନୀୟ ସରକାର ଅନୁମତି ଦେଇନଥିବା ଜଣାପଡ଼ିଛି।

By amfnews

Related Post